ଦିନଟିଏ ବଢ଼ିଲା କଟକ ବାଲିଯାତ୍ରା। ବୁଧବାର ବଦଳରେ ଗୁରୁବାର ସରିବ ଉତ୍ସବ।

ଦିନଟିଏ ବଢ଼ିଲା କଟକ ବାଲିଯାତ୍ରା। ବୁଧବାର ବଦଳରେ ଗୁରୁବାର ସରିବ ଉତ୍ସବ।

କନକ ବ୍ୟୁରୋ: ଦିନକ ପାଇଁ ବଢିଲା କଟକ ବାଲିଯାତ୍ରା । ଏନେଇ କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ବୁଧବାର ପରିବର୍ତେ ଗୁରୁବାର ସରିବ କଟକ ବାଲିଯାତ୍ରା । ପୂର୍ବରୁ ବାଲିଯାତ୍ରା ବଢ଼ାଇବାକୁ ଲୋକ ଦାବି ଉଠାଇଥିଲେ । ଆଉ ଦୁଇ ଦିନ ଉତ୍ସବ ବଢ଼ାଇବାକୁ ଦାବି ହୋଇଥିଲା । ଏନେଇ କଟକ ମେୟରଙ୍କୁ ନିକଟରେ ମଧ୍ୟ ଲୋକ ଦାବି କରିଥିଲେ । ମେୟର ସୁବାସ ସିଂ ମଧ୍ୟ ଏନେଇ ଆଲୋଚନା କରିଥିଲେ । ଏହାପରେ ବାଲିଯାତ୍ରାକୁ ଦିନକ ପାଇଁ ବଢ଼ିଛି ।

ଚଳିତ ଥର ବାଲିଯାତ୍ରାରେ ପ୍ରବଳ ଭିଡ଼ ଜମୁଛି । ଏପରିକି ରବିବାର ବାଲିଯାତ୍ରାରେ ସର୍ବକାଳୀନ ରେକର୍ଡ଼ ସଂଖ୍ୟକ ଦର୍ଶକଙ୍କ ଭିଡ଼ ଜମିଥିଲା । ୧୫ ଲକ୍ଷରୁ ଅଧିକ ଲୋକ ମେଳା ବୁଲିଥିଲେ । ସେହିପରି ସୋମବାର ପ୍ରାୟ ୫ ଲକ୍ଷ ଲୋକ ଯାତ୍ରା ବୁଲିଛନ୍ତି । ଅନ୍ୟପଟେ ଇଣ୍ଡୋନେସିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ ବାଲିରୁ ମହାନଦୀ ପଠାରେ ବାଲିଯାତ କଥା କହିଛନ୍ତି । ସେ କହିଛନ୍ତି ମହାନଦୀ ପଠାରେ ହେଉଥିବା ବାଲିଯାତ୍ରାର ସମ୍ପର୍କ ସୁଦୂର ଇଣ୍ଡୋନେସିଆ ସହ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe