ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ : କଟକ କଲେଜ ଛକ ଆଡ ଆନେକ୍ସ ଲାବରେ ଘଟିଛି ଏହି ଘଟଣା

464

କନକ ବ୍ୟୁରୋ : ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ବାହାନାରେ ମହିଳାଙ୍କୁ ଲାବକୁ ଡାକି ବଳପୂର୍ବକ ଦୁଷ୍କର୍ମ ଅଭିଯୋଗ । ଏନେଇ ଲିଖିତ ଅଭିଯୋଗ ପରେ କଟକ ମାଲଗୋଦାମ ପୁଲିସ ଅଭିଯୁକ୍ତ ବସନ୍ତ କୁମାର ବଳକୁ ଅଟକ ରଖି ପଚରା ଉଚରା କରୁଛି । ଗତ ୧୭ ତାରିଖରେ କଟକ କଲେଜ ଛକ ଆଡ ଆନେକ୍ସ ଲାବରେ ଏହି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ପୂର୍ବରୁ ମହିଳାଙ୍କ ସ୍ୱାମୀ ଓ ପରିବାର ଲୋକଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇ ଶାରିରୀକ ସଂପର୍କ ରଖିବାକୁ ବସନ୍ତ ବାଧ୍ୟ କରୁଥିଲେ ।

ଭୁବନେଶ୍ୱର, କଟକ ଓ ପାରାଦୀପ ନେଇ ବସନ୍ତ ଶାରିରୀକ ସଂପର୍କ ରଖିଥିବା ଏତଲାରେ ଦର୍ଶାଇଛନ୍ତି ମହିଳା । ଏଥିସହ ତାଙ୍କୁ ନ୍ୟାୟ ଓ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପୀଡିତା ଦାବି କରିଛନ୍ତି । ବଳପୂର୍ବକ ଦୁଷ୍କର୍ମ ଅଭିଯୋଗରେ ଅଟକ ବସନ୍ତ କୁମାର ବଳଙ୍କ ନାଁରେ ପାରାଦୀପରେ ଏକ ହତ୍ୟା ଘଟଣାରେ ଗିରଫ ହୋଇ ଜେଲରେ ଥିଲେ । ଏବେ ସେ ବେଲରେ ଥିବା ସୂଚନା ମିଳିଛି । ଅନ୍ୟପଟେ କଟକ ଡିସିପି କହିଛନ୍ତି, ଘଟଣାର ତଦନ୍ତ ଚାଲିଛି, ତଦନ୍ତ ପରେ ପ୍ରକୃତ ସତ ପଦାକୁ ଆସିବ ।