କଟକରୁ ଆଜି ଆଉ ୧୭ କରୋନା ପଜିଟିଭ ଚିହ୍ନଟ : ସମସ୍ତ ଚିହ୍ନଟ ସଂକ୍ରମିତଙ୍କ ହେବ କଣ୍ଟାକ୍ଟ ଟ୍ରେସିଂ

152

କନକ ବ୍ୟୁରୋ :  କଟକର ଘରୋଇ ସ୍କୁଲରୁ ଆଜି ଆଉ ୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ୩ ଦିନରେ ମୋଟ୍ ୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ପ୍ରଥମ ଦିନ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାପରେ ଗତକାଲି ପୁଣି ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩ ଦିନରେ ପ୍ରାୟ ୪୩ ପଜିିଟିଭ୍ ଚିହ୍ନଟ ହେବା ପରେ ସଂକ୍ରମଣକୁ ନେଇ କଟକ ମହାନଗର ନିଗମର ଚିନ୍ତା ବଢିଯାଇଛି । ସମସ୍ତ ପଜିଟିଭଙ୍କୁ ଏବେ କରୋନା ଗାଇଡଲାଇନ ଅନୁସାରେ ହଷ୍ଟେଲରେ ସଂଗରୋଧରେ ରଖାଯାଇଛି ।