କନକ ବ୍ୟୁରୋ : କଟକରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ । ଆଜି ପୁଣି ଏକ ଘରୋଇ ସ୍କୁଲରୁ ୧୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାସ ଶେଷ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ସିଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ଚିହ୍ନଟ ହୋଇଥିବା ୧୭ ପଜିଟିଭ ପଣ୍ଡିଚେରି ଲିଙ୍କ ସନ୍ଦେହ କରାଯାଉଛି । ୩୫ ସାମ୍ପୁଲ ଟେଷ୍ଟରୁ ୧୭ ପଜିଟିଭ ଥିବା ଜଣାପଡିଛି । ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି, କଣ୍ଟାକ୍ଟ ଟ୍ରେସିଂ ଚାଲିଛି, ସିଏମସି ପକ୍ଷରୁ ସୂଚନା ।
୩ ଦିନରେ ମୋଟ୍ ୪୩ ଜଣ କରୋନା ଆକ୍ରାନ୍ତ କେବଳ ଏହି ସ୍କୁଲରୁ ବାହାରିଲେଣି । ପ୍ରଥମ ଦିନ ଏହି ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାପରେ ଗତକାଲି ପୁଣି ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଘରୋଇ ସ୍କୁଲ ହଷ୍ଟେଲରୁ ୩ ଦିନରେ ପ୍ରାୟ ୪୩ ପଜିିଟିଭ୍ ଚିହ୍ନଟ ହେବା ପରେ ସଂକ୍ରମଣକୁ ନେଇ କଟକ ମହାନଗର ନିଗମର ଚିନ୍ତା ବଢିଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/18-25.jpg)