କନକ ବ୍ୟୁରୋ : ଦୋକାନରେ ପଶିଲେ ବାଜୁଛି ମୁଣ୍ଡ। କିନ୍ତୁ ଗରାଖ ଆଜି ବି ଭୁଲି ନାହାନ୍ତି ମାଇଲ୍ ମେକାନିକ୍ ମହମ୍ମଦ ଅଫସରଙ୍କ ଏହି ମାଇକ ସଜଡ଼ା ଦୋକାନକୁ। ଛୋଟିଆ ଦୋକାନଟିଏ ମୁଣ୍ଡ ଗୁଞ୍ଜିବାକୁ ନାଁ ଅଛି ଜାଗା, ନା ଜିନିଷ ପତର ରଖିବା ପାଇଁ ସ୍ଥାନ । ତେଣୁ ଅସଜଡ଼ା ହୋଇପଡ଼ିଛି ଦୋକାନଟି। ସେଇଠି ବସି କାମ କରନ୍ତି ଅଫସର ଭାଇ ଓ ତାଙ୍କ ପତ୍ନୀ ରୋସନଆରା। ୩ ପୁଅ, ୩ ଝିଅଙ୍କୁ ନେଇ ଅଫସର ଓ ରୋସନଆରାଙ୍କ ପରିବାର । ଦୀର୍ଘ ୪୦ ବର୍ଷ ହେଲା ପେଟକୁ ଦାନା ଓ ଦେହକୁ କନା ଦେଇଆସୁଛି ଏହି ଦୋକାନ ।
ବୟସର ଅପରାହ୍ନରେ ଆଜି ବି କଟକରେ ଖୋଜା ପଡ଼ନ୍ତି ନିମଚୌଡିର ମହମ୍ମଦ ଅଫସର। କାହିଁକି ନାଁ ଆଜି ବି ମାଇକ୍, ମିକ୍ସଚର ଏବଂ ସାଉଣ୍ଡ ବକ୍ସକୁ ନୂଆ କରି ଦେଉଛନ୍ତି ଅଫସର ଭାଇ। ସେଥିପାଇଁ ତ କଟକ ସହର ଠୁ ଆରମ୍ଭ କରି ସମ୍ବଲପୁର ପର୍ୟ୍ୟନ୍ତ ଅଛି ଅଫସର ଭାଇଙ୍କ କ୍ରେଜ୍ ।
ମନର ଦୃଢ଼ତା ଥିଲେ ବୟସ ଯେତେ ବି ହେଉ ନାଁ କାଇଁ ସବୁ ବାଧାବିଘ୍ନକୁ ବାଦ୍ ଦେଇ ସବୁ କାର୍ୟ୍ୟକୁ ସଠିକ୍ ରୂପାନ୍ତର ଦେଇହୁଏ । କଟକର ଏହି ମାଇକ୍ ମେକାନିକ୍ ହେଉଛନ୍ତି ତାର ଏକ ଜ୍ୱଳନ୍ତ ଉଦାହରଣ ।