କନକ ବ୍ୟୁରୋ : ଚୌଦ୍ୱାର ପୁଲିସ ୩ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି । ଏଥିସହ ଏମାନଙ୍କ ନିକଟରୁ ୨ଟି ବନ୍ଧୁକ, ୪ଟି ଅଫୁଟା ଗୁଳି, ୧୨ଟି ସୁନା ଚେନ ସମେତ ବାଇକ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ପୁରୀ ବୀରକିଶୋରପୁର ଅଂଚଳର ସତ୍ୟଜିତ ସାହୁ,କନ୍ଦରପୁର ଅଂଚଳର ଗୋପାଳ ରାଉତ ଓ କଟକ ମଙ୍ଗଳାବାଗର ସଂଜିବ ସାହୁ । ଏମାନଙ୍କ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି । ଗତକିଛି ଦିନ ହେବ ଚୌଦ୍ୱାର ଅଂଚଳରେ ଏମାନେ ଲୁଟପାଟ୍ କରି ଆସୁଥିଲେ ।
କଟକ : ୩ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ, ୨ଟି ବନ୍ଧୁକ ଜବତ
/kanak/media/post_attachments/wp-content/uploads/2017/03/vlcsnap-2017-03-02-17h31m20s355.png)