କନକ ବ୍ୟୁରୋ : କଟକ ମହାନଦୀରେ ପୁଣି ଅଘଟଣ । ଗଡ଼ଗଡ଼ିଆ ଘାଟରେ ବୁଡ଼ିଗଲେ ଯୁବକ । ଯୁବକ ଜଣକ ହେଉଛନ୍ତି କଟକ ସୂତାହାଟ ଉପର ସାହି ଅଞ୍ଚଳର ଜଗନ୍ନାଥ ନାୟକ । ଆଜି ସକାଳ ୧୦ଟା ସମୟରେ ଗଡ଼ଗଡ଼ିଆ ଘାଟକୁ ଗାଧେଇବା ପାଇଁ ଆସିଥିଲେ । ମୋବାଇଲରେ ଫଟୋ ଉଠେଇ ଗାଧୋଇବା ସମୟରେ ଗୋଡ଼ ଖସି ଯାଇଥିଲା ଏବଂ ସେ ବୁଡ଼ି ଯାଇଥିଲେ ।

Advertisment

ତେବେ ଖବର ପାଇ ଅଗ୍ନିଶମ ବାହିନୀର ଗୋଟେ ଟିମ୍ ଏବଂ କ୍ୟାଣ୍ଟୋନମେଣ୍ଟ ଥାନା ପୋଲିସ ପହଞ୍ଚି କିଛି ସମୟ ଖୋଜା ଖୋଜି କରିବା ପରେ ଜଗନ୍ନାଥଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର କରି ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଉଦ୍ଧାର ବେଳକୁ ତାଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ସେପଟେ ପରିବାର ଲୋକେ ଜଗନ୍ନାଥଙ୍କ ମାନସିକ ସ୍ଥିତି ଠିକ୍ ନ ଥିବା କଥା କହିଛନ୍ତି ।