ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ମସଜିଦ୍ ରେ କୁନିଝିଅର ମସ୍ତି ଭିଡିଓ ! ନମାଜ୍ ପଢୁଥିବା ବାପାଙ୍କ ପିଠିରେ ଓହଳୁଥିବା ଝିଅର ଭିଡିଓ ହେଲା ଭାଇରାଲ୍ , ଦେଖନ୍ତୁ ଭିଡିଓ

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ମସଜିଦ୍ ରେ କୁନିଝିଅର ମସ୍ତି ଭିଡିଓ ! ନମାଜ୍ ପଢୁଥିବା ବାପାଙ୍କ ପିଠିରେ ଓହଳୁଥିବା ଝିଅର ଭିଡିଓ ହେଲା ଭାଇରାଲ୍ , ଦେଖନ୍ତୁ ଭିଡିଓ

ଜମ୍ମୁ-କାଶ୍ମୀର ରାଜଧାନୀ ଶ୍ରୀନଗରର ଐତିହାସିକ ଜାମା ମସଜିଦ୍ ରୁ ଏକ କୁନିଝିଅର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଏହି ଭିଡିଓରେ ଛୋଟ ଝିଅଟି ବାପାଙ୍କ ନମାଜ୍ ପଢୁଥିବା ସମୟରେ ସେଠାରେ ପହଂଚି ଯାଏ । ଏହାପରେ ନମାଜ୍ ପଢିବା ବେଳେ ତଳକୁ ନଇଁ ପଡିବା ସମୟରେ ଝିଅଟି ବାପାଙ୍କ ଉପରକୁ ଚଢିଯାଏ । ପୁଣି ପଛକୁ ଯାଇ ଏଭଳି ବାରମ୍ବାର ବାପାଙ୍କ ଉପରକୁ ଚଢିଯାଏ । ଭିଡିଓ ଶେଷରେ ଝିଅଟି ବାପାଙ୍କ ପିଠିରୁ ତଳକୁ ଗଡିପାରୁଥିବାର ମଧ୍ୟ ଦେଖାଯାଉଛି । ଏହି ସମୟରେ ଝିଅଟିର ବାପାଙ୍କ ଭଳି ଆଖପାଖ ଲୋକ ମଧ୍ୟ ନମାଜ୍ ପଢିବାରେ ମସଗୁଲ୍ ହୋଇଥାନ୍ତି । ତେବେ ସୋସିଆଲ୍ ମିଡିଆରେ ଏହି ଭିଡିଓଟି ଏବେ ଖୁବ୍ ସେୟାର୍ କରାଯାଉଛି । ଟ୍ୱିଟରରେ ମଧ୍ୟ ଭିଡିଓଟି ଖୁବ୍ ଲୋକପ୍ରିୟ ହୋଇଛି ।

ଏହି ଭିଡିଓରେ ଅନେକ କମେଣ୍ଟ୍ ଆସିଥିବା ବେଳେ କେହି କେହି ଏହା ପିଲାଦିନ ମନେପକାଇଥିବା କହିଥିବାବେଳେ ଆଉ କେହି ଲେଖିଛନ୍ତି ଭଗବାନ ପ୍ରାର୍ଥନା ଗ୍ରହଣ କରିବା ସମୟରେ ନାନା ପ୍ରକାର ଉପାୟ ବାହାର କରିଥାନ୍ତି ଏଥର ଉପାୟ ରୁପରେ ସେ ଏହି ଛୋଟ ଝିଅର ସାହାଯ୍ୟ ନେଇଛନ୍ତି । ଆଉ ଜଣେ ୟୁଜର୍ ଲେଖିଛନ୍ତି ଯଦି ଏଭଳି କରି ପିଲାଟି ଖୁସି ପାଉଛି ତେବେ ଭଗବାନଙ୍କ ପାଖକୁ ସିଧାସଳଖ ଆପଣଙ୍କ ପ୍ରାର୍ଥନା ପହଂଚିଗଲା ବୋଲି ଜାଣିନେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe