ଜମ୍ମୁ-କାଶ୍ମୀର ରାଜଧାନୀ ଶ୍ରୀନଗରର ଐତିହାସିକ ଜାମା ମସଜିଦ୍ ରୁ ଏକ କୁନିଝିଅର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଏହି ଭିଡିଓରେ ଛୋଟ ଝିଅଟି ବାପାଙ୍କ ନମାଜ୍ ପଢୁଥିବା ସମୟରେ ସେଠାରେ ପହଂଚି ଯାଏ । ଏହାପରେ ନମାଜ୍ ପଢିବା ବେଳେ ତଳକୁ ନଇଁ ପଡିବା ସମୟରେ ଝିଅଟି ବାପାଙ୍କ ଉପରକୁ ଚଢିଯାଏ । ପୁଣି ପଛକୁ ଯାଇ ଏଭଳି ବାରମ୍ବାର ବାପାଙ୍କ ଉପରକୁ ଚଢିଯାଏ । ଭିଡିଓ ଶେଷରେ ଝିଅଟି ବାପାଙ୍କ ପିଠିରୁ ତଳକୁ ଗଡିପାରୁଥିବାର ମଧ୍ୟ ଦେଖାଯାଉଛି । ଏହି ସମୟରେ ଝିଅଟିର ବାପାଙ୍କ ଭଳି ଆଖପାଖ ଲୋକ ମଧ୍ୟ ନମାଜ୍ ପଢିବାରେ ମସଗୁଲ୍ ହୋଇଥାନ୍ତି । ତେବେ ସୋସିଆଲ୍ ମିଡିଆରେ ଏହି ଭିଡିଓଟି ଏବେ ଖୁବ୍ ସେୟାର୍ କରାଯାଉଛି । ଟ୍ୱିଟରରେ ମଧ୍ୟ ଭିଡିଓଟି ଖୁବ୍ ଲୋକପ୍ରିୟ ହୋଇଛି ।
Spotted this super cute girl trying to climbing on the back of her father while he offers prayer at historic Jamia Masjid in Srinagar. Watch the excerpt of the video to know what happens when she jumps successfully. #Kashmir#JamiaMasjidpic.twitter.com/I54B6FJJOV
— Ieshan Wani (@Ieshan_W) May 11, 2019
ଏହି ଭିଡିଓରେ ଅନେକ କମେଣ୍ଟ୍ ଆସିଥିବା ବେଳେ କେହି କେହି ଏହା ପିଲାଦିନ ମନେପକାଇଥିବା କହିଥିବାବେଳେ ଆଉ କେହି ଲେଖିଛନ୍ତି ଭଗବାନ ପ୍ରାର୍ଥନା ଗ୍ରହଣ କରିବା ସମୟରେ ନାନା ପ୍ରକାର ଉପାୟ ବାହାର କରିଥାନ୍ତି ଏଥର ଉପାୟ ରୁପରେ ସେ ଏହି ଛୋଟ ଝିଅର ସାହାଯ୍ୟ ନେଇଛନ୍ତି । ଆଉ ଜଣେ ୟୁଜର୍ ଲେଖିଛନ୍ତି ଯଦି ଏଭଳି କରି ପିଲାଟି ଖୁସି ପାଉଛି ତେବେ ଭଗବାନଙ୍କ ପାଖକୁ ସିଧାସଳଖ ଆପଣଙ୍କ ପ୍ରାର୍ଥନା ପହଂଚିଗଲା ବୋଲି ଜାଣିନେବ ।