ଲାଂଚ ମାଗୁଥିଲେ ସମୀର ୱାଙ୍ଖଡେ ? ୨୫ କୋଟି ଡିଲ ନେଇ ବଡ ଅଭିଯୋଗ; ଲାଂଚ ପାଇଁ କିଏ କରୁଥିଲା ଡିଲ୍ ?

401

କନକ ବ୍ୟୁରୋ : ଡ୍ରଗ୍ସ ମାମଲାରେ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କୁ ଗିରଫ କରିବା ପରେ ଏବେ ବିବାଦରେ ଫସି ଯାଇଛନ୍ତି ଏନସିବିର ଜୋନାଲ ମୁଖ୍ୟ ସମୀର ୱାଙ୍ଖଡେ । ଆରୟନଙ୍କୁ ଛାଡି ଦେବା ପାଇଁ ସେ ୨୫ କୋଟି ଟଙ୍କା ଲାଂଚ ମାଗୁଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗକୁ ବଳ ଦେଇଛି ଡ୍ରଗ୍ସ ମାମଲାରେ ସାକ୍ଷୀ କୁହାଯାଉଥିବା କେପି ଗୋସାଭିଙ୍କ ଦେହରକ୍ଷୀ ପ୍ରଭାକର ସୈଲଙ୍କ ଏକ ସତ୍ୟପାଠ । ତେବେ ୬ ଜଣଙ୍କ ଚେହେରା ଏବେ ଚର୍ଚ୍ଚାରେ ରହିଛି । ଜାଣନ୍ତୁ ସେମାନେ କିଏ ?

ପ୍ରଥମ ଚେହେରା ହେଉଛି କେପି ଗୋସାଭିଙ୍କର । କୁହାଯାଉଛି ଏ ହେଉଛନ୍ତି ଡ୍ରଗ୍ସ ମାମଲାର ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ । ଅକ୍ଟୋବର ୨ ତାରିରେ କ୍ରୁଜ ସିପରେ ଏନସିବି ଚଢାଉ କରି ଆରୟନ ଖାନଙ୍କୁ ଗିରଫ କରିଥିବାବେଳେ ଆରୟନ ଡ୍ରଗ୍ସ ନେଇଥିବା ଓ ସେ କାରବାରରେ ସାମିଲ ଥିବା ସେ ଦେଖିଛନ୍ତି । ଏପରିକି ଆରୟନଙ୍କ ସହ ତାଙ୍କର ଏକ ସେଲ୍ଫି ମଧ୍ୟ ଭାଇରାଲ ହୋଇଥିଲା

ଦ୍ୱିତୀୟ ଚେହେରା ହେଉଛି ପ୍ରଭାକର ସୈଲଙ୍କର । ଯିଏ ଡ୍ରଗ୍ସ ମାମଲାର ପତ୍ୟକ୍ଷଦର୍ଶୀ ଗୋସାଭିଙ୍କର ଦେହରକ୍ଷୀ ବୋଲି କୁହାଯାଉଛି । ଯିଏ ଏକ ସତ୍ୟପାଠରେ ଦାବି କରିଛନ୍ତି ଯେ, ଲାଂଚ ନେଇ ଆରୟନଙ୍କୁ ଛାଡିଦେବେ ବୋଲି ସମୀର ୱାଙ୍ଖଡେଙ୍କ ସହ ଫୋନରେ ଗୋସାଭି କଥା ହେଉଥିବା ସେ ଶୁଣିଛନ୍ତି ।

ତୃତୀୟ ଚେହେରଟି ହେଉଛି ସମୀର ୱାଙ୍ଖଡେଙ୍କର । ଯିଏ ଏନସିବିର ଜେନାଲ ମୁଖ୍ୟ । ଯାହାଙ୍କ ବିରୋଧରେ ୨୫ କୋଟି ଟଙ୍କା ଲାଂଚ ମାଗିବା ନେଇ ଅଭିଯୋଗ ହୋଇଛି । ଯିଏ ମୁମ୍ବାଇ କ୍ରୁଜ ସୁପର ଚେଢାଉ କରି ଆରୟନ ଖାନଙ୍କୁ ଗିରଫ କରିଥିଲେ ।

ଚତୁର୍ଥ ଚେହେରାଟି ଆରୟନ ଖାନଙ୍କର । ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ । ଯାହାଙ୍କୁ ନେଇ ପୁରା ମୁମ୍ବାଇ ଉଠୁଛି ପଡୁଛି । ଡ୍ରଗ୍ସ ମାମଲାରେ ଗିରଫ ହୋଇଛନ୍ତି ଶାହରୁଖଙ୍କ ପୁଅ ଆରୟନ ଖାନ ।

ପଂଚମ ଚେହେରାଟି ଅଭିନେତା ଶାହରୁଖ ଖାନଙ୍କର । ତାଙ୍କର ପରିଚୟ ଦରକାର ନାହିଁ । ପୁଅ ଡ୍ରଗ୍ସ ମାମଲାରେ ଗିରଫ ହେବା ପରେ ଏବେ ତାଙ୍କୁ ନେଇ ଚର୍ଚ୍ଚା ଲାଗିରହିଛି ।

ଷଷ୍ଠ ଚେହେରାଟି ହେଉଛି ଶାହରୁଖଙ୍କ ମ୍ୟାନେଜର ପୂଜା ଦଦଲାନିଙ୍କର । କୁହାଯାଉଛି ସମୀର ୱାଙ୍ଖଡେ ଯେଉଁ ଲାଂଚ ଦାବି କରିଥିଲେ ସେନେଇ ପୂଜାଙ୍କ ସହ ଡିଲ ହୋଇଥିଲା ।

ତିନୋଟି ପ୍ରମୁଖ ଚେହେରା । ଗୋସାଭିଙ୍କ ଦେହରକ୍ଷୀ ପ୍ରଭାକର ସୈଲଙ୍କ ଅଭିଯୋଗ ଅନୁସାରେ ଏନସିବି ଜୋନାଲ ମୁଖ୍ୟ ସମୀର ୱାଙ୍ଖଡେ ମାଗିଥିବା ଲାଂଚ ବାବଦରେ ସେଟେଲମେଂଟ ପାଇଁ ୩ ଅକ୍ଟୋବରରେ ଭେଟାଭେଟି ହୋଇଥିଲେ ଶାହରୁଖଙ୍କ ମ୍ୟାନେଜର ପୂଜା ଦଦଲାନି, ଗୋସାଭି ଏବଂ ଅନ୍ୟଜଣେ ମଧ୍ୟସ୍ଥି ସାମ ଡିସୁଜା । ଏପରିକି ଗୋସାଭିଙ୍କ ଫୋନ କଥାବାର୍ତା ସେ ଶୁଣିଥିବା କହିଛନ୍ତି । ୨୫ କୋଟିକୁ ୧୮ କୋଟିରେ ସେଟେଲ କରିବା ପାଇଁ କଥାବାର୍ତା ହେଉଥିଲେ ଏବଂ ଏଥିରୁ ୮ କୋଟି ନେଇଥାନ୍ତେ ସମୀର ୱାଙ୍ଖଡେ ।

– ସାମ ଡିସୁଜାଙ୍କ ସହ ଫୋନରେ କଥା ହେଉଥିଲେ ଗୋସାଭି
– ୨୫ କୋଟି ଟଙ୍କାର ବୋମା ପକାଇ ଦେଇଥିବା କହୁଥିଲେ
– ୧୮ କୋଟିରେ ମାମଲା ସେଟେଲ କରିବାକୁ କହିଥିଲେ
– ଏହି ୧୮ କୋଟିରୁ ୮ କୋଟି ନେଇଥାନ୍ତେ ସମୀର ୱାଙ୍ଖଡେ
– ପୁରା କଥାବାର୍ତା ଶୁଣିଥିବା ଦାବି କରିଛନ୍ତି ଗୋସାଭିଙ୍କ ଦେହରକ୍ଷୀ
– କଥାବାର୍ତ୍ତା ଶୁଣିଥିବା ଗୋସାଭିଙ୍କ ଦେହରକ୍ଷୀ ପ୍ରଭାକର ସୈଲଙ୍କ ଦାବି
– ପ୍ରଭାକର ଏକ ସତ୍ୟପାଠରେ କହିଛନ୍ତି ତାଙ୍କ ଜୀବନ ପ୍ରତି ବିପଦ ଅଛି

– ଆରୟନଙ୍କୁ ଛାଡିବା ପାଇଁ ସମୀର ୱାଙ୍ଖଡେ ୨୫ କୋଟି ଦାବି କରିଥିବା ଅଭିଯୋଗ
– ଡ୍ରଗ୍ସ ମାମଲାରେ ଗିରଫ ହୋଇଛନ୍ତି ଶାହରୁଖ ଖାନଙ୍କ ପୁଅ ଆରୟନ ଖାନ
– ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋର ଜୋନାଲ ମୁଖ୍ୟ ଅଛନ୍ତି ସମୀର ୱାଙ୍ଖଡେ
– ଆରୟନଙ୍କୁ ଛାଡିବା ପାଇଁ ଟଙ୍କା ମାଗିଥିବା କଥାକୁ ଖଣ୍ଡନ କରିଛନ୍ତି ସମୀର ୱାଙ୍ଖଡେ
– ତାଙ୍କ ବିରୋଧରେ ତଦନ୍ତ ନକରିବାକୁ ମୁମ୍ବାଇ ପୋଲିସ କମିସନରଙ୍କୁ ଲେଖିଥିଲେ
– ତଥାପି ଲାଂଚ ମାଗିଥିବା ଅଭିଯୋଗର ତଦନ୍ତ ଆରମ୍ଭ କରିଛି ମୁମ୍ବାଇ ପୋଲିସ