କନକ ବ୍ୟୁରୋ : ଦେଶରେ କରୋନା ଭ୍ୟାକ୍ସିନ,ଅକ୍ସିଜେନ ଓ ଅକ୍ସିଜେନ ସହିତ ଜଡିତ ସମସ୍ତ ଉପକରଣ ଉପରେ ୩ ମାସ ପାଇଁ ସୀମାଶୁଳ୍କ ଛାଡ କରିଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଦେଶରେ ଦେଖାଦେଇଥିବା ଅକ୍ସିଜେନର ଅଭାବ ଓ ମେ ୧ ତାରିଖରୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଦେବାକୁ ଥିବା ଟିକାକୁ ନେଇ ଏଭଳି ନିଷ୍ପତ୍ତି ନିଆଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
At the high-level meeting, key decisions of waiving customs duty on oxygen and oxygen related equipment & COVID-19 vaccines were taken. https://t.co/TgorIafqw6
— Narendra Modi (@narendramodi) April 24, 2021
କହିରଖୁ କି ସରକାର ବର୍ତମାନ ବିଦେଶରୁ ଆସୁଥିବା ଟିକା ଉପରେ ୧୦ ପ୍ରତିଶତ ସୀମାଶୁଳ୍କ ବା ଆମଦାନୀ ଶୁଳ୍କ ଓ ୧୬.୫ ପ୍ରତିଶତ ସାମାଜିକ କଲ୍ୟାଣ ସେସ୍ ଲଗାଉଥିଲେ । ହେଲେ ସରକାରଙ୍କର ଏଭଳି ନିଷ୍ପତ୍ତି ଫଳରେ ଏବେ ଦେଶରେ କରୋନା ଟିକାର ଦାମ କମିଯିବ ।
ଅନ୍ୟପଟେ ଏବେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଅକ୍ସିଜେନର ଅଭାବକୁ ନେଇ ସାରା ଦେଶରେ ହାହାକାର ପଡିଛି । ଅକ୍ସିଜେନ ଅଭାବରୁ ଅନେକ ରୋଗୀଙ୍କର ମୃତ୍ୟୁ ହେଉଛି । ହେଲେ ସରକାରଙ୍କ ଏଭଳି ନିଷ୍ପତ୍ତି ଫଳରେ ଅକ୍ସିଜେନ ଓ ଅକ୍ସିଜେନ ସହିତ ଜଡିତ ଉପକରଣ ସିଧାସଳଖ ଆବଶ୍ୟକ ସ୍ଥାନରେ ପହଂଚିପାରିବ ।
ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଯେଭଳି ଭାବେ ବୃଦ୍ଧି ପାଉଛି ତାହାକୁ ନଜରରେ ରଖି ସରକାର କଠୋର ପଦକ୍ଷେପ ମାନ ନେଉଛନ୍ତି ।