କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଓଡ଼ିଶା ପୁଲିସକୁ ମୂର୍ତ୍ତି ହସ୍ତାନ୍ତର କଲା କଷ୍ଟମ ବିଭାଗ, ଯାଜପୁରରୁ ନବମ, ଦଶମ ଶତାବ୍ଦୀର ମା’ କୋଟ୍ରାକ୍ଷୀଙ୍କ ମୂର୍ତ୍ତି ହୋଇଯାଇଥିଲା ଚୋରି

209

କନକ ବ୍ୟୁରୋ : ଓଡ଼ିଶାକୁ ଫେରୁଛି ଦୁର୍ଲଭ ପ୍ରାଚୀନ ମୂର୍ତ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତରେ ନୂଆଦିଲ୍ଲୀରେ ଓଡ଼ିଶା ପୋଲିସକୁ ଏହି ମୂର୍ତ୍ତି ହସ୍ତାନ୍ତର କରାଯାଇଛି । କଷ୍ଟମ ବିଭାଗର ଅଧିକାରୀମାନେ ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ନିର୍ମିତ ପ୍ରାଚୀନ ମୂର୍ତ୍ତି ହସ୍ତାନ୍ତର କରିଛନ୍ତି । ଯାଜପୁର ଜିଲ୍ଲା ଦର୍ପଣଗଡ଼ର ଅଧିଷ୍ଟାତ୍ରୀ ଦେବୀ ହେଉଛନ୍ତି ମା’ କୋଟ୍ରାକ୍ଷୀ । ତେବେ ମା’ଙ୍କ ଅଷ୍ଟଧାତୁ ମୂର୍ତ୍ତି ଲୁଟ ହୋଇଯାଇଥିଲା । ପରେ ଏହାକୁ ଠାବ କରାଯାଇଥିଲା । ଆଉ ଓଡ଼ିଶାକୁ ଫେରାଇଦେବା ପାଇଁ ଗତ ଜୁଲାଇ ୧୪ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଥିଲେ ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ଦିଲ୍ଲୀ କଷ୍ଟମ ବିଭାଗକୁ ପ୍ରୋଟୋକଲ ଅନୁସାରେ ଓଡ଼ିଶା ପୋଲିସକୁ ଏହି ଅଷ୍ଟଧାତୁ ମୂର୍ତ୍ତି ଫେରାଇବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ କହିଥିଲେ । ଏହାପରେ ମୂର୍ତ୍ତି ଓଡ଼ିଶାକୁ ଫେରୁଛି । ଏହି ମୂର୍ତ୍ତି ନବମ ଓ ଦଶମ ଶତାବ୍ଦୀର । ଖୁବଶୀଘ୍ର ଏହି ଅଷ୍ଟଧାତୁ ମୂର୍ତ୍ତିକୁ ମା’ଙ୍କ ମନ୍ଦିରରେ ପୁନଃ ପ୍ରତିଷ୍ଠା କରାଯିବ ।  ମୂର୍ତ୍ତି ଫେରସ୍ତ କାର୍ଯ୍ୟକ୍ରମରେ ଏଏସଆଇ ଅଧିକାରୀ ଓ ଦର୍ପଣଗଡ଼ର ଲୋକମାନେ ଉପସ୍ଥିିତ ଥିଲେ ।