କନକ ବ୍ୟୁରୋ: ବ୍ୟାଙ୍କ ନେଉନି ଖୁଚୁରା ଟଙ୍କା । ଟଙ୍କିକିଆ, ଦୁଇ ଟଙ୍କିଆ ଟଙ୍କା ବ୍ୟାଙ୍କ କିମ୍ବା ଦୋକାନୀମାନେ ନେଉନଥିବାରୁ ବସ୍ତା ଅଂଚଳରେ ସମସ୍ୟା ଭୋଗୁଛନ୍ତି ଲୋକେ । ସରକାରୀସ୍ତରରେ କଏନ ଅଚଳ ହୋଇଥିବା ନେଇ ଘୋଷଣା ହୋଇନଥିବା ବେଳେ ଗ୍ରାହକମାନଙ୍କୁ ଫେରାଇ ଦେଉଛନ୍ତି ଦୋକାନୀ ଏବଂ ବ୍ୟାଙ୍କ । ତେଣୁ ଲୋକଙ୍କ ପାଖରେ ଥିବା କଏନ ପଇସା ସେମାନେ କ’ଣ କିରିବେ ବୋଲି ପ୍ରଶ୍ନ କରିଛନ୍ତି । ଟଙ୍କିକିଆ କିମ୍ବା ଦୁଇ ଟଙ୍କାରେ ଅନେକ ପ୍ରକାର ସାମଗ୍ରୀ ମିଳୁଥିବା ବେଳେ ଦୋକନକୁ ଗଲେ ଏହାକୁ ରଖୁନାହାନ୍ତି ଦୋକାନୀ । ଖାଲି ଦୋକାନୀ ନୁହଁନ୍ତି ବ୍ୟାଙ୍କ ମଧ୍ୟ ଟଙ୍କିକିଆ କଏନ ନେବାକୁ ରୋକଠାକ୍ ମନାକରିଦେଉଛନ୍ତି । ଯାହାଫଳରେ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ବ୍ୟାଙ୍କ ନେଉନି ଖୁଚୁରା ଟଙ୍କାର ବାଲେଶ୍ୱର ବସ୍ତା ଅଞ୍ଚଳରେ ଟଙ୍କିକିଆ ଓ ଦୁଇଟଙ୍କିଆ କଏନ ଦେବାକୁ ସମସ୍ୟା ଭୋଗୁଛନ୍ତି ଗ୍ରାହକ ।
/kanak/media/post_attachments/wp-content/uploads/2023/01/13-8.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)