କନକ ବ୍ୟୁରୋ: ଅନଲାଇନରେ ଅର୍ଡର କଲେ ଦାମିକା ଘଣ୍ଟା। କିନ୍ତୁ ଆସିଲା ଘଣ୍ଟାର ଖୋଳ। ଅଭିଯୋଗ କଲେ ବି ଶୁଣୁ ନାହାନ୍ତି କମ୍ପାନୀ କର୍ତ୍ତୃପକ୍ଷ। ଭୁବନେଶ୍ୱରର ଶିଶିର କାନ୍ତି ପଟ୍ଟନାୟକ ଆମାଜନରେ ୨୨ ହଜାର ଟଙ୍କାର ଗୋଟିଏ ଘଣ୍ଟା ଅର୍ଡର କରିଥିଲେ। କ୍ରେଡିଟ କାର୍ଡରେ ଟଙ୍କା ପୈଠ ବି କରିସାରିଥିଲେ। କିନ୍ତୁ ଘଣ୍ଟା ବଦଳରେ ଆସିଥିଲା ଖାଲି ଘଣ୍ଟା ଖୋଳ। ଏନେଇ ଆମାଜନର କଷ୍ଟମର କେୟାରକୁ ଫୋନ ଯୋଗେ ଅଭିଯୋଗ କଲେ ବି ମିଳିନି ସଫଳତା। ଏହାପରେ ଖଣ୍ଡଗିରି ଥାନା ଓ ଖାଉଟି ଅଦାଲତରେ ଦ୍ୱାରସ୍ଥ ହୋଇଛନ୍ତି ଶିଶିରକାନ୍ତି ।
ଅନଲାଇନରେ ୨୨ ହଜାର ଟଙ୍କାର ଘଣ୍ଟା ଅର୍ଡର କଲେ । ଆସିଲା ଘଣ୍ଟା ଖୋଳ ।
Advertisment
Follow Us