ପୁଣି ଲେଉଟିଲା ତାତି। ୪୦ ଡିଗ୍ରି ଉପରେ ୫ ସହର

Advertisment
ପୁଣି ଲେଉଟିଲା ତାତି। ୪୦ ଡିଗ୍ରି ଉପରେ ୫ ସହର

https://yandex.com

କନକ ବ୍ୟୁରୋ: ପୁଣି ଲେଉଟିଲା ତାତି। ୪ ଦିନ ଧରି ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ତଳେ ରହିବା ପରେ ଗତକାଲିଠୁପୁଣିଥରେ ତାତି ବଢ଼ିଛି। ପଶ୍ଚିମ ଓଡ଼ିଶାର ଅଧିକ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରି ପାର୍ ହୋଇଯାଇଛି। ଟିଟିଲାଗଡ଼ ତାପମାତ୍ରା ଗତକାଲି ପୁଣିଥରେ ୪୨.୫ ଡିଗ୍ରିରେ ପହଞ୍ଚିଥିବା ବେଳେ ମାଲକାନଗିରିରେ ୪୧.୬, ସମ୍ବଲପୁର ଓ ସୋନପୁରରେ ୪୦.୨ ଡିଗ୍ରି ଲେଖାଏ ଓ ଭବାନୀପାଟଣାରେ ୪୦ ଡିଗ୍ରି ଛୁଇଁଥିଲା। ଏଥିସହ ସୁନ୍ଦରଗଡ଼, ହୀରାକୁଦ, ଝାରସୁଗୁଡ଼ା ତାପମାତ୍ରା ବି ୩୯ ଡିଗ୍ରି ଟପିଯାଇଛି। ତେବେ ଉପକୂଳ ଓଡ଼ିଶାରେ ଏବେ କାଳବୈଶାଖୀ ପ୍ରଭାବ ରହୁଥିବାରୁ ତାପମାତ୍ରା କମ୍ ରହିଛି।

ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ,ଏପ୍ରିଲ ୨୫ ବେଳକୁ ଶ୍ରୀଲଙ୍କାର ଦକ୍ଷିଣ ପୂର୍ବ ତଥା ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ୨୭ ତାରିଖ ବେଳକୁ ତାହା ଡିପ୍ରେସନରେ ପରିଣତ ହୋଇ ଉତ୍ତର ପଶ୍ଚିମ ଆଡ଼କୁ ଅଗ୍ରସର ହେବ। ତାମିଲନାଡ଼ୁ ଉପକୂଳ ଓ ଶ୍ରୀଲଙ୍କା ପୂର୍ବ ଆଡ଼କୁ ଗତି କରିବ। ଏପ୍ରିଲ ୩୦ ବେଳକୁ ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ପ୍ରଭାବରେ ଦକ୍ଷିଣ ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ରହିବ। ତାମିଲନାଡ଼ୁ ଉପକୂଳ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ କାମୋରିନ୍ ଅଞ୍ଚଳରେ ଘଣ୍ଟାପ୍ରତି ୭୦ରୁ ୮୦ କିମି ବେଗରେ ପବନ ହୋଇପାରେ। ତାମିଲନାଡ଼ୁ ସମେତ ଆନ୍ଧ୍ରପ୍ରଦେଶ, କେରଳ ଓ କର୍ଣ୍ଣାଟକ ଉପକୂଳରେ ପ୍ରବଳ ବର୍ଷା ସହ ପବନ ହେବ ବୋଲି ପୂର୍ବାନୁମାନ କରାଯାଇଛି। ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ କିଭଳି ରହିବ ତାହା ଅନୁମାନ କରାଯାଇ ପାରିନି।

ଅନ୍ୟପକ୍ଷରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶାରେ ଏବେ ତାପମାତ୍ରା ବଢ଼ିବ ନାହିଁ। ଗୋଟିଏ ଦୁଇ ଡିଗ୍ରି ଏପାଖସେପାଖ ହୋଇପାରେ। ପଶ୍ଚିମ ଓଡ଼ିଶାରେ କିନ୍ତୁ ତାପମାତ୍ରା ବଢ଼ିବ। ଅଧିକାଂଶ ସହରର ତାପମାତ୍ରା ୪୨ ଡିଗ୍ରି ଟପିଯିବାର ଆଶଙ୍କା ରହିଛି। ତେବେ ୨୮ ତାରିଖ ପର୍ଯ୍ୟନ୍ତ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, କୋରାପୁଟ, ନବରଙ୍ଗପୁର, କନ୍ଧମାଳ, ସୁନ୍ଦରଗଡ଼, କେନ୍ଦୁଝର, ମାଲକାନଗିରି, ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe