କନକ ବ୍ୟୁରୋ: ଆସନ୍ତାକାଲି ରାଜ୍ୟର ଅଧିକାଂଶ ଜିଲ୍ଲାରେ ବଡଧରଣ କାଳବୈଶାଖୀ ବର୍ଷା ନେଇ ପୂର୍ବାନମାନ କରିଛି ଆଂଚଳିକ ପାଣିପାଗ ବିଭାଗ । ବିଜୁଳି ଓ ଘଡଘଡି ସହ ବର୍ଷା ଏବଂ କେତେକ ସ୍ଥାନରେ କୁଆପଥର ବର୍ଷା ହୋଇପାରେ । ପବନର ବେଗ ଘଂଟା ପ୍ରତି ୫୦ରୁ ୬୦ କିଲୋମିଟର ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଉତର- ଇପକୂଳ ଓଡିଶା ସମେତ ବାଲେଶ୍ୱର, କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ, ଦେବଗଡ, ସମ୍ବଲପୁର, ଅନୁଗୁଳ, ଯାଜପୁର, ରାୟଗଡା, ଗଜପତି ଓ କନ୍ଧମାଳ ଜିଲ୍ଲାରେ ଏହାର ପ୍ରଭାବ ଦେଖାଯିବ । ଏସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ରାଜ୍ୟରେ କାଳବୈଶାଖୀର ବର୍ଷା ଜାରି ରହିଛି । ଆଗାମୀ ୪ଦିନ ପର୍ଯ୍ୟନ୍ତ ଏହାର ପ୍ରଭାବ ଅନୁଭୂତ ହେବ । ୬ ତାରିଖରେ ମଧ୍ୟ ରାଜ୍ୟର ୯ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବ । ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/Tropical_Storm_Thunder_and_Rain_Sounds_1024x1024.jpg)
/kanak/media/post_attachments/wp-content/uploads/2019/10/RAIN_UP.jpg)