କନକ ବ୍ୟୁରୋ: ଶ୍ରୀରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠାରେ ଯୋଗ ଦେବା ଲାଗି ଘରେ ଘରେ ବୁଲି ନିମନ୍ତ୍ରଣ ପତ୍ର ବଣ୍ଟନ କରୁଛନ୍ତି ବିଭିନ୍ନ ସଙ୍ଗଠନ । ମାଲକାନଗିରି ଜିଲ୍ଲା ସଦର ମହକୁମାରେ ମହେଶ୍ୱରୀ ସମାଜର ମହିଳା ଓ ପୁରୁଷମାନେ ଘରକୁ ଘର ବୁଲି ଓଡିଆ ଓ ହିନ୍ଦି ଭାଷାରେ ନିମନ୍ତ୍ରଣ ପତ୍ର ବଂଟନ କରୁଛନ୍ତି । ଏହା ସହ ପବିତ୍ର ଚାଉଳ ପ୍ରଦାନ କରି ଭକ୍ତଙ୍କୁ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ଅନୁରୋଧ କରୁଛନ୍ତି ମାରଓାଡି ସମ୍ପ୍ରଦାୟର ଲୋକେ ।