ରାଜ୍ୟରେ କର୍ଫ୍ୟୁର ମାହୋଲ । ରାଜରାସ୍ତାରେ ବୁଲୁଛି ପୋଲିସର କଡା ପହରା, ନିର୍ଜନ ରାସ୍ତାରେ କାଁ ଭାଁ ଚାଲୁଛି ଗାଡି

1,367

କନକ ବ୍ୟୁରୋ : ତାଲାବନ୍ଦ ଭିତରେ ସାରା ରାଜ୍ୟରେ କର୍ଫ୍ୟୁର ମାହୋଲ । ରାସ୍ତାରେ ପୁଲିସର ପହରା ଓ ନିର୍ଜନ ରାସ୍ତା. କାଁ ଭାଁ ଗାଡି ଚଳାଚଳ । ସାରାରାଜ୍ୟରୁ ଆସିଛି ଏପରି ଚିତ୍ର ।  ସେପଟେ ବୁଧବାର ସଉଦା ପାଇଁ ବଜାରରେ ଯେମିତି ଗହଳି ଲାଗିଥିଲା, ସେଥିରେ ଶୃଙ୍ଖଳା ଆସିଛି । ଲୋକେ ସଉଦା ପାଇଁ ବଜାର ଆସିଛନ୍ତି ସତ, ହେଲେ ସାମାଜିକ ଦୂରତ୍ୱକୁ ମାନିଛନ୍ତି । ଦୋକାନ ଆଗରେ ନିର୍ଦ୍ଧିଷ୍ଟ ଦୂରତାରେ ଗୋଲେଇ ଚିହ୍ନ ଦିଆଯାଇଥିଲା, ଯେଉଁଥିରେ ରହି ଲୋକେ ସଉଦା କିଣିଛନ୍ତି ।

ସେପଟେ ଖୋର୍ଦ୍ଧା ପରିବା ବଜାରରେ ଭିଡ ଦେଖିବାକୁ ମିଳିଛି । ୩ ମିଟର ଦୂରତାରେ ଗୋଟିଏ ଗୋଟିଏ ଦୋକାନ ଥିବା ବେଳେ ଲୋକେ ରୁଣ୍ଡ ହୋଇ କିଣାକିଣି କରିଛନ୍ତି । କେନ୍ଦୁଝରରେ କଡା ଯାଂଚ କରି ଆବଶ୍ୟକ ଲୋକଙ୍କୁ ରାସ୍ତାରେ ଯିବାକୁ ଛାଡୁଛନ୍ତି ପୁଲିସ ଅଧିକାରୀ ।

ରାୟଗଡା ଜିଲ୍ଲା ମୁନିଗୁଡାରେ୍ ମଧ୍ୟ ଦେଖିବାକୁ ମିଳିଛି ସମାନ ଦୃଶ୍ୟ । ରାଉରକେଲାରେ ମଧ୍ୟ ପୁଲିସ ବୁଲାବୁଲି କରୁଥିବା ଲୋକଙ୍କୁ ଅଟକାଇ ଘରକୁ ଫେରାଇ ଦେଉଛି । ନିଆଳିରେ ଲକଡାଉନ ନିୟମ ମାନିନଥିବା ୨ଦୋକାନୀଙ୍କ ନାଁରେ ମାମଲା ରୁଜୁ ହୋଇଛି । ସେହିପରି ବିନା କାରଣରେ ବୁଲୁଥିବା ଲୋକଙ୍କୁ ପୁଲିସ ଉତମ ମଧ୍ୟମ ଦେଇ ଘରକୁ ପଠାଇ ଦେଉଥିବା ଦୃଶ୍ୟ ମଧ୍ୟ କଏଦ ହୋଇଛି ।

କରୋନା ସଂକ୍ରମଣକୁ ରୋକିବା ପାଇଁ ଝାରୁସୁଗୁଡା ଜିଲ୍ଲାପାଳ ଓଡିଶା-ଛତିଶଗଡ ସୀମାକୁ ସିଲ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଉଭୟ ରାଜ୍ୟକୁ ସଂଯୋଗ କରୁଥିବା ଏନଏଚ ୪୯କୁ ଏପ୍ରିଲ ୧୪ ତାରିଖ ଯାଏଁ ବନ୍ଦ ରହିବ । କେବଳ ମାଲ ପରିବହନକୁ ବାଦ ଦେଲେ ଅନ୍ୟ ସମସ୍ତ ଯାନବାହାନ ଚଳାଚଳ ବନ୍ଦ ରହିବ ।