କନକ ବ୍ୟୁରୋ: ବାଲେଶ୍ୱରବାସୀଙ୍କ ପାଇଁ ଖୁସି ଖବର । ବାଲେଶ୍ୱର ସହରରୁ ଉଠିଲା ରାତ୍ରିକାଳୀନ କର୍ଫ୍ୟୁ । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଦଙ୍ଗା ପରିସ୍ଥିତି ହୋଇଥିବାରୁ କର୍ଫ୍ୟୁ ଲାଗିବା ପରେ ଗତ ୨୫ ତାରିଖରେ କୋହଳ ହୋଇଥିଲା । ଏହାପରେ ଧିରେ ଧିରେ କର୍ଫ୍ୟୁ କୋହଳ ହୋଇ କେବଳ ରାତ୍ରୀକାଳିନ କର୍ଫ୍ୟୁ ଲଗାଇଥିଲା ଜିଲ୍ଲା ପ୍ରଶାସନ । ରାତି ୧୦ଟାରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ଜାରି କରିଥିଲା ଜିଲ୍ଲା ପ୍ରଶାସନ । ତେବେ ଆଜି କର୍ଫ୍ୟୁ ଉଠିଥିଲେ ବି ରାତିରେ ସହର ସାରା ପେଟ୍ରୋଲିଂ ଜାରି ରହିବ ବୋଲି ଜିଲ୍ଲା ପୋଲିସ୍ ସତର୍କ କରାଇଛନ୍ତି ।
ବାଲେଶ୍ୱର ସହରରୁ ଉଠିଲା ରାତ୍ରିକାଳୀନ କର୍ଫ୍ୟୁ । କୋହଳ ହୋଇଥିଲେ ବି ରାତିରେ ଜାରି ରହିବ ପାଟ୍ରୋଲିଂ ।
/kanak/media/post_attachments/wp-content/uploads/2024/07/Police-officials-in-Balasore-to-enforce-the-curfew_1718938736428.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)