ପୁରୀ ସହରରୁ ହଟିଲା କର୍ଫ୍ୟୁ : କେବଳ ଶ୍ରୀଗୁଣ୍ଡିଚା ମନ୍ଦିର ଓ ଆଖପାଖ ଅଂଚଳରେ କର୍ଫ୍ୟୁ ବଳବତ୍ତର

339

କନକ ବ୍ୟୁରୋ : ପୁରୀ ସହରରୁ ହଟିଲା କର୍ଫ୍ୟୁ । କେବଳ ଶ୍ରୀଗୁଣ୍ଡିଚା ମନ୍ଦିର ଓ ଆଖପାଖ ଅଂଚଳରେ କର୍ଫ୍ୟୁ ବଳବତ୍ତର ରହିବ । ଶ୍ରୀଜିଉଙ୍କ ଆଡ଼ପମଣ୍ଡପ ବିଜେ ନୀତିକୁ ଦୃଷ୍ଟିରେ ରଖି କାଲି ସକାଳ ୬ଟା ଯାଏଁ କଟକଣା ଜାରି ରହିବ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ରଥଯାତ୍ରା ନିମନ୍ତେ ଆଜି ସଂଧ୍ୟା ୮ ଘଟିକା ପର୍ଯ୍ୟନ୍ତ ଜାରି କରାଯାଇଥିବା କଟକଣାକୁ କୋହଳ କରାଯାଇଛି । ଯେହେତୁ ଆଜି ମହାପ୍ରଭୁଙ୍କ ଆଡପମଣ୍ଡପ ବିଜେ ପହଣ୍ଡି ରହିଛି ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ମହାପ୍ରଭୁ ଆଡପ ମଣ୍ଡପ ବିଜେ ସମୟରେ ସେହି ଅଂଚଳରେ ଥିବା ସମସ୍ତ ଦୋକାନ ଓ ବଜାର, ଔଷଧ ଦୋକାନ ଓ ବାଣିଜ୍ୟକ ପ୍ରତିଷ୍ଠାନ, କାର୍ଯ୍ୟାଳୟ ବନ୍ଦ ରହିବ । ସାଧାରଣ ଲୋକଙ୍କ ଚଳପ୍ରଚଳ ଉପରେ କଟକଣା ଜାରି କରାଯାଇଛି । କେବଳ ସ୍ୱୀକୃତିପ୍ରାପ୍ତ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ବହନ କରିଥିବା ଗାଡିକୁ ଛାଡ଼ିଦେଲେ ଅନ୍ୟଗାଡି ଗୁଡ଼ିକ ଯିବା ଆସିବା ଉପରେ ମଧ୍ୟ କଟକଣା ବଳବତ୍ତର ରହିବ । ଏଥିରେ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।