ପୁଣି ଫେରିଲା ନାଇଟ କର୍ଫ୍ୟୁ : ପୁନେରେ ଆଜି ରାତି ୧୧ଟାରୁ ସକାଳ ୬ଟା ଯାଏ ଲାଗିଲା କଟକଣା; ଫେବ୍ରୁଆରୀ ୨୮ ଯାଏ ସ୍କୁଲ ଓ କଲେଜ ବନ୍ଦ

ମହାରାଷ୍ଟ୍ର, କେରଳରେ ସଂଗୀନ ହେଉଛି କରୋନା ସ୍ଥିତି, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କହିଲେ ନିୟମ ନ ମାନିଲେ ଲାଗିବ ଲକଡାଉନ

586

କନକ ବ୍ୟୁରୋ : କରୋନା ତାଲାବନ୍ଦ କଟକଣାକୁ ନେଇ ପ୍ରାୟ ବର୍ଷେ ପରେ ଲୋକେ ଟିକେ ଆଶ୍ୱସ୍ତ ହେଉଥିବାବେଳେ ପୁଣି ଥରେ ଅଜଣା ଭୟ ସୃଷ୍ଟି ହୋଇଛି । ହଠାତ କରୋନା ସଂକ୍ରମଣ ବଢ଼ିବା କାରଣରୁ ମହାରାଷ୍ଟ୍ରର ଅମରାବତୀର ୫ ଜିଲ୍ଳାର ଗୋଟିଏ ସପ୍ତାହ ପାଇଁ ଆଂଶିକ ଲକଡାଉନ ଘୋଷଣା କରିଛନ୍ତି ସ୍ଥାନୀୟ ପ୍ରଶାସନ । କେବଳ ଅତ୍ୟାବଶ୍ୟକ ସେବା ଓ ସାମଗ୍ରୀ ପରିବହନ ପାଇଁ ଅନୁମତି ମିଳିବ ।

ସେପଟେ ପୁନେରେ ନାଇଟ କର୍ଫ୍ୟୁ ଫେରିଛି । ଆଜି ରାତି ୧୧ଟାରୁ ସକାଳ ୬ଟା ଯାଏ ଏହି କଟକଣା ଜାରି ହେବ । ଏସବୁ ଭିତରେ ଲୋକଙ୍କୁ କଡା ସନ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କହିଛନ୍ତି, ମାସ୍କ ନପିନ୍ଧିଲେ ଲାଗୁ ହେବ ଲକଡାଉନ୍ । ଏଥିସହ ସୋମବାରଠାରୁ ରାଜ୍ୟରେ ରାଜନୈତିକ, ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମରେ ଲୋକଙ୍କ ଏକାଠି ଉପରେ କଟକଣା ଲଗାଇଛନ୍ତି । ୨୭ ତାରିଖ ଯାଏଁ ସ୍କୁଲ, କଲେଜକୁ ମଧ୍ୟ ବନ୍ଦ କରିଦିଆଯାଇଛି । ମହାରାଷ୍ଟ୍ରରେ ସ୍ଥିତି ଧିରେ ଧିରେ ସଂଗୀନ ହେବାରେ ଲାଗିଛି । ଗତ ୨୪ ଘଂଟାରେ ୬,୨୮୧ ଜଣ ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି । କେରଳରେ ମଧ୍ୟ ସଂକ୍ରମଣ ବଢ଼ୁଛି । ୪,୬୫୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କର୍ଣ୍ଣାଟକରେ ଗୋଟିଏ ଦିନରେ ୪୯୦, ତାମିଲନାଡୁରେ ୪୩୮, ପଂଜାବରେ ୩୫୨, ଛତିଶଗଡ଼ରେ ୨୫୩, ଗୁଜରାଟରେ ୨୫୮ ଓ ମଧ୍ୟପ୍ରଦେଶରେ ୨୫୭ ମାମଲା ସାମନାକୁ ଆସିଛି । ଦିନକରେ ଦେଶରେ ଯେତିକି ନୂଆ ମାମଲା ସାମ୍ନାକୁ ଆସିଛି । କେବଳ ମହାରାଷ୍ଟ୍ର ଓ କେରଳରେ ଚିହ୍ନଟ ହୋଇଛି ୭୬ ପ୍ରତିଶତ । ମହାରାଷ୍ଟ୍ର ସ୍ଥିତି ଚିନ୍ତାଜନକ ହୋଇଥିବାରୁ ୬ ଜିଲ୍ଲାରେ କଟକଣା ଜାରି ହୋଇଛି । ଅମରାବତୀରେ ନାଇଟ କର୍ଫ୍ୟୁକୁ ଆହୁରି ସାତଦିନ ବଢ଼ାଇ ଦିଆଯାଇଛି । ରନ୍ତ୍ରଗିରି, ସିନ୍ଧୁଦୁର୍ଗ, ରାୟଗଡ଼, ସତରା, ବିଡ୍ ଆଦି ଜିଲ୍ଲାରେ ରାତ୍ରୀ କର୍ଫ୍ୟୁ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।