କୁପୱାଡା ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ଯବାନ ଏନକାଉଣ୍ଟରରେ ୫ ଆତଙ୍କବାଦୀ ମୃତ, କମ୍ବିଂ ଅପରେସନକୁ ଜୋରଦାର କଲା ସେନା

Advertisment
କୁପୱାଡା ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ଯବାନ ଏନକାଉଣ୍ଟରରେ ୫ ଆତଙ୍କବାଦୀ ମୃତ, କମ୍ବିଂ ଅପରେସନକୁ ଜୋରଦାର କଲା ସେନା

କନକ ବ୍ୟୁରୋ : ଜାମ୍ମୁରେ ଆତଙ୍କବାଦୀଙ୍କ ଆକ୍ରମଣ ଥମିବାରେ ନା ନେଉ ନାହିଁ । ବାରମ୍ବାର ସୀମାପାର ଆତଙ୍କବାଦୀ ମାନେ ଭାରତୀୟ ଯବାନଙ୍କ ଉପରକୁ ଗୁଳିମାଡ କରୁଛନ୍ତି । ମିଳିଥିବା ସୂଚନା ଅନୁସାରେ ଜାମ୍ମୁ ଓ କାଶ୍ମୀରରେ ନିୟନ୍ତ୍ରଣ ରେଖା ଅଶାନ୍ତ ହୋଇପଡ଼ିଛି। ନିୟନ୍ତ୍ରଣରେଖା ନିକଟରେ ଗୁଳିବର୍ଷା ଜାରି ରହିଛି। କୁପୱାଡା ନିୟନ୍ତ୍ରଣରେଖା ନିକଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷାକର୍ମୀ ପଣ୍ଡ କରିଦେଇଛନ୍ତି। ସୁରକ୍ଷାକର୍ମୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି କାର୍ଯ୍ୟାନୁଷ୍ଠାନରେ ୫ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଜଣେ ଯବାନ ସହିଦ ହୋଇଛନ୍ତି।

publive-imageଅନ୍ୟପକ୍ଷରେ ଆଉ ଏକ ସର୍ଜିକାଲ୍ ଷ୍ଟ୍ରାଇକ୍ ଆବଶ୍ୟକ ରହିଛି ବୋଲି ସେନା ମୁଖ୍ୟ ବିପିନ୍ ରାଓ୍ଵତ୍ ସୋମବାର କହିଛନ୍ତି। ନିକଟସ୍ଥ ଜଙ୍ଗଲରେ ଆତଙ୍କବାଦୀମାନେ ଲୁଚିରହଗିଥିବା ସନ୍ଦେହ କରି ଯବାନମାନେ କମ୍ବିଂ ଅପରେସନ ଜୋରଦାର କରୁଛନ୍ତି । ସୀମାରେ ଯବାନମାନେ ସତର୍କ ରହିବା ସହ ଯେପରି ଭାବରେ କୈାଣସି ଆତଙ୍କବାଦୀ ଭାରତୀୟ ସୀମାରେ ଅନୁପ୍ରବେଶ କରିନପାରନ୍ତି ସେଥିପ୍ରତି ଧ୍ୟାନ ଦେବା ପାଇଁ ସେନାର ବରିଷ୍ଠ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe