ଚାଷୀଙ୍କ ଗାଁ କେନ୍ଦୁଝର ଆନନ୍ଦପୁରର ବଳଦୁଆଁ । ହେଲେ ବିକ୍ରି ପାଇଁ ବଜାର ବ୍ୟବସ୍ଥା ନଥିବା ବେଳେ ଜଳ ସେଚନ ନଥିବାରୁ ବଢୁଛି ଅସନ୍ତୋଷ

ଚାଷୀଙ୍କ ଗାଁ କେନ୍ଦୁଝର ଆନନ୍ଦପୁରର ବଳଦୁଆଁ । ହେଲେ ବିକ୍ରି ପାଇଁ ବଜାର ବ୍ୟବସ୍ଥା ନଥିବା ବେଳେ ଜଳ ସେଚନ ନଥିବାରୁ ବଢୁଛି ଅସନ୍ତୋଷ

କନକ ବ୍ୟୁରୋ : ଚାଷ ଓ ଚାଷୀଙ୍କ ଗାଁ । ପୁରା ଗାଁରେ ରୋଜଗାରର ମାଧ୍ୟମ କହିଲେ ଚାଷ । ପେଟ ପୋଷୁଛି ପରିବା ବିଲ । ଅହରହ ପରିଶ୍ରମ କରି ଚାଷ ଜମିକୁ ସବୁଜିମା କରିଛନ୍ତି ଚାଷୀ । ବାଇଗଣ, ଟମାଟୋ, କୋବି, ପୋଇ, କଲରା, ଭେଣ୍ଡି ଓ ପିଆଜ ଅମଳ କରି ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ଭୁବନେଶ୍ୱରକୁ ରପ୍ତାନି କରିଥାନ୍ତି କେନ୍ଦୁଝର ଆନନ୍ଦପୁର ବ୍ଲକ ଶାଳବଣୀ ପଂଚାୟତ ବଳଦୁଆଁ ଗାଁର ଚାଷୀ ।

ବଳଦୁଆଁ ଗାଁର ୫ଟି ସାହିରେ ୫ଶହ ପରିବାର ବସବାସ କରନ୍ତି । ମୋଟ ଜନ ସଂଖ୍ୟାର ସିଂହଭାଗ ଅର୍ଥାତ୍ ୯୫ ପ୍ରତିଶଥ ଲୋକ ଚାଷ ଉପରେ ନିର୍ଭରଶୀଳ । ପିଢି ପିଢି ପରେ ପନିପରିବା ଚାଷ ପରିବାର ପୋଷିବା ସହ ପିଲା ଛୁଆଙ୍କୁ ପାଠ ପଢାଇଛାନ୍ତି । ହେଲେ ପରିବା ବ୍ରିକ୍ରି ପାଇଁ ବଜାର ବ୍ୟବସ୍ଥା କି ଜଳ ସେଚନର ସୁବିଧା ନାହିଁ । ତେଣୁ ଜମି ଠାରୁ ୧ କିଲୋମିଟର ଦୂର ନାଳରୁ ପାଣି ସଂଗ୍ରହ କରୁଥିବା ଚାଷୀ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe