ସତ ଜମିରେ ମିଛ ଧାନଚାଷ। ଭଞ୍ଜନଗରରେ ପଞ୍ଜିକୃତ ପଡିଆରେ ଲାଗିଛି ନଡିଆ, କାଜୁ ଗଛ।

ସତ ଜମିରେ ମିଛ ଧାନଚାଷ। ଭଞ୍ଜନଗରରେ ପଞ୍ଜିକୃତ ପଡିଆରେ ଲାଗିଛି ନଡିଆ, କାଜୁ ଗଛ।

କନକ ବ୍ୟୁରୋ: ସତ ଜମିରେ ହୋଇଛି ମିଛ ଧାନଚାଷ । ସରକାରଙ୍କୁ ଧାନ ବିକିବାକୁ ଜମି ମାଲିକ ମଣ୍ଡିରେ ନାଁ ଲେଖାଇଛନ୍ତି । ହେଲେ ଜମିରେ କୌଣସି ପ୍ରକାର ଧାନ ଚାଷ ହୋଇନଥିବା ଜଣାପଡିଛି । ଭଞ୍ଜନଗରର ୮ଟି ବ୍ଲକର ୪୨ହଜାରରୁ ଅଧିକ ଚାଷୀ ଧାନ ବିକିବା ଲାଗି ଧାନ ଚାଷ କରୁଥିବା ଜମି ସବୁ ପଞ୍ଜିକୃତ କରିଥିଲେ । ହେଲେ ରାଜ୍ୟସ୍ତରୀୟ ସାଟେଲାଇଟ୍ ସର୍ଭେରୁ ଜଣାପଡିଛି ଯେ କୌଣସି ଚାଷ ଜମିରେ ଚାଷ କରାଯାଇନି । ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଏହି ସବୁ ପଞ୍ଜିକୃତ ଚାଷ ଜମିଗୁଡିକରେ କେଉଁଠି ପୋଖରୀ ହୋଇଛି ତ ଆଉ କେଉଁଠି ସୁଉଚ୍ଚ ଅଟ୍ଟାଳିକା ତିଆରି ହୋଇଛି । ଆଉ କେଉଁଠି ଆଖ. ଆମ୍ବ, ପଣସ, ନଡିଆ, କାଜୁ ଗଛ ଲଗାଯାଇଛି । ଆଉ କେଉଁଠି ଧାନ ଚାଷ ନ ହୋଇ ଜମି ପଡିଆ ପଡିଛି । ହେଲେ ଏହି ସବୁ ଜମିରେ ଧାନ ଚାଷ ହୋଇଥିବା ନେଇ ଚାଷୀ ପଞ୍ଜିକରଣରେ ଦର୍ଶାଇଥିବା ବେଳେ ରାଜ୍ୟ ସ୍ତରୀୟ ସାଟେଲାଇଟ୍ ସର୍ଭେ ସବୁ ପଦାରେ ପକାଇଦେଇଛି ।

ଘଟଣାର ପର୍ଦ୍ଦାଫାଶ ହେବା ପରେ ସବୁ ପ୍ଲଟର ପୁନଃ ଯାଞ୍ଚ ହେବ । ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ କିମ୍ବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୧୦୬ ଜଣ ସର୍ଭେୟର ସେହି ସବୁ ସନ୍ଦେହଜନକ ପ୍ଲଟକୁ ଯାଇ ଜମି ଉପରେ ରହି ନିଜର ଫଟୋ ଉଠାଇବେ । ଧାନ ଚାଷ ହୋଇନଥିଲେ ଉକ୍ତ ଜମିକୁ ପଞ୍ଜିକରଣ ସୂଚୀରୁ ବାଦ୍ ଦିଆଯିବ । ଧାର୍ଯ୍ୟ ହୋଇଥିବା ଜିଲ୍ଲା ସ୍ତରୀୟ ଧାନ କ୍ରୟ ତାରିଖ ପୁର୍ବରୁ ଏହି ସବୁ କାମ ସମାପ୍ତ କରାଯାଇ ଚାଷୀଙ୍କୁ ଟୋକନ ପ୍ରଦାନ କରାଯିବ ବୋଲି ଅତିରିକ୍ତ ଯୋଗାଣ ଅଧିକାରୀ ଜଣାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe