କନକ ବ୍ୟୁରୋ : ଜୟପୁରରେ ପାଳିତ ହେଉଛି ଭୋଗୀ ପରବ । ଆଜି ଭୋଗୀ ପର୍ବ ଆସନ୍ତାକାଲି ପାଳିତ ହେବ ପବିତ୍ର ମକର ସଂକ୍ରାନ୍ତି । ଜୟପୁରରେ ରହୁଥିବା ତେଲଗୁ ସଂପ୍ରଦାୟର ଲୋକେ ଧୁମଧାମରେ ତିନି ଦିନି ଧରି ପାଳନ କରିବେ ମକର ସଂକ୍ରାନ୍ତି ପର୍ବ । ଘର ଆଗରେ ଝୋଟି ପଡିଛି । ସଜବାଜ ହୋଇ ସମସ୍ତେ ପୂଜାର୍ଚ୍ଚନାରେ ଲାଗିଛନ୍ତି ।
ରାତି ୧୨ଟାରୁ ଆରମ୍ଭ ହୋଇଛି ପୂଜାର୍ଚ୍ଚନା । ତେଲଗୁ ସଂପ୍ରଦାୟ ରହୁଥିବା ସମବାରୀ ଟୋଟା ସାହି ଭୋଗୀ ପରବକୁ ନେଇ ଉତ୍ସବ ମୁଖର ହୋଇପଡିଛି । ସାହିବାସିନ୍ଦା ସମସ୍ତେ ମିଶି କାଠ ସଂଗ୍ରହ କରିବା ପରେ ପୂଜାର୍ଚ୍ଚନା କରି ନିଆଁ ଜାଳିଛନ୍ତି । ଯାହା ତିନି ଦିନ ଧରି ନିରବଚ୍ଛିନ୍ନ ଭାବେ ଜଳିବ । ଏଥିରେ ଅଧର୍ମକୁ ଦାହ କରିବା ପ୍ରଥା ରହିଛି, ଯାହାକୁ ପରଂପରା ଅନୁସାରେ ରାବଣ ପୋଡି ବୋଲି କୁହାଯାଇଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/vlcsnap-2023-01-14-09h07m08s25.jpg)