ଭଦ୍ରକ: ଭଦ୍ରକରେ ଅଭାବନୀୟ ଘଟଣା । ଚଳନ୍ତା ଗାଡିରୁ ମାଆ ଓ ଝିଅଙ୍କୁ ଠେଲି ଦେଇଥିବା ଅଭିଯୋଗ । ଭଦ୍ରକ ବନ୍ତଛକ ବସଷ୍ଟାଣ୍ଡରେ ଜଣେ ଅପେକ୍ଷାରତ ମହିଳାଙ୍କୁ ବସରେ ଚଢାଇ ଦେବା ନାଁରେ ବାଇକରେ ନେଇ ଅସଦାଚରଣ କରିବା ସହ ଚଳନ୍ତା ବାଇକରୁ ଠେଲିଦେଇଥିବା ଅଭିଯୋଗ ହୋଇଛି । ମହିଳାଙ୍କ ସହ ତାଙ୍କ ୧ ବର୍ଷର ଶିଶୁ କନ୍ୟାକୁ ମଧ୍ୟ ଅତି ନିର୍ଦ୍ଦୟ ଭାବରେ ବାଇକରୁ ଠେଲି ଦେଇଥିଲେ ସଂପୃକ୍ତ ବସ ଡ୍ରାଇଭର । ଏଥିରେ ଦୁହେଁ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅଭିଯୁକ୍ତ ଡ୍ରାଇଭରକୁ ସ୍ଥାନୀୟ ଲୋକମାନେ କାବୁ କରି ପୁଲିସ ଜିମା ଦେଇଥିବା ଜଣାପଡିଛି ।
ଭଦ୍ରକରେ ମହିଳାଙ୍କୁ ବସ ଡ୍ରାଇଭରଙ୍କ ଅସଦାଚରଣ
/kanak/media/post_attachments/wp-content/uploads/2016/05/vlcsnap-2016-05-10-10h09m30s421.png)