କନକ ବ୍ୟୁରୋ: ନିଶା ପାଇଁ କଫସିରପ୍ ପିଉଛନ୍ତି ଯୁବପିଢୀ । ରାଜଧାନୀରେ ନକଲି କଫସିରପ୍ ଜବତ ହେବା ପରେ ଆକ୍ସନ୍ ମୋଡରେ କମିଶନରେଟ୍ ପୋଲିସ । ବିଭିନ୍ନ ଡ୍ରଗ୍ ଫାର୍ମା ଉପରେ ଚଢାଉ କରାଯାଇ, କଫସିରପର ମାନ ପରୀକ୍ଷା କରାଯାଉଛି । ଗତ ୩୦ ତାରିଖରେ ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ୨୪ଶହ ବୋତଲ ନକଲି କଫସିରପ ଜବତ ହୋଇଥିଲା । ଏହି ନକଲି କଫସିରପ୍ ନୟାଗଡ ଚାଲାଣ ହେଉଥିଲା । ରସୁଲଗଡ ସ୍ଥିତ ଫାର୍ମା କମ୍ପାନୀ ଏହି କଫସିରପ୍ ପ୍ରସ୍ତୁତ କରୁଥିବାବେଳେ ଫାର୍ମା କମ୍ପାନୀ ଉପରେ ଚଢାଉ କରାଯାଇ ଏହାର ପରୀକ୍ଷା କରିବା ପାଇଁ ଲାବକୁ ପଠାଯାଇଛି ।
ସେପଟେ ନକଲି କଫସିରପ୍ ପ୍ରସ୍ତୁତ କରୁଥିବା ଫାର୍ମା କମ୍ପାନୀ ମାଲିକ ଫେରାର ଥିବା ଜଣାପଡିଛି । ଯୁବପିଢିଙ୍କ ଭିତରେ ଏହି କଫସିରପ୍ ଅଧିକ ବ୍ୟବହାର କରାଯାଉଥିବା ଜଣାପଡିଛି । ଏହି କଫସିରପ୍ ଆବଶ୍ୟକତା ଠାରୁ ଅଧିକ ପିଇବା ଦ୍ୱାରା ହାଲୁକା ହାଲୁକା ନିଶା କଲାଭଳି ଅନୁଭୂତି ହୋଇଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/2-5.jpg)