କନକ ବ୍ୟୁରୋ: ଦିଲ୍ଲୀ ହିଂସା ମାମଲାରେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ଉମର ଖାଲିଦ ଗିରଫ । ରବିବାର ବିଳମ୍ବିତ ରାତିରେ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ଟିମ୍ ବେଆଇନ ଗତିବିଧି ରୋକିବା ଅଧିନିୟମ ୟୁଏପିଏ ଆଧାରରେ ଖାଲିଦଙ୍କୁ ଗିରଫ କରିଛି । ଦିଲ୍ଲୀ ହିଂସାର ଷଡଯନ୍ତ୍ରକାରୀ ଭାବେ ତାଙ୍କୁ ଗିରଫ କରାଯାଇଛି । ସେ ହିଂସା ପାଇଁ ଉସକାଇଥିବା ପୋଲିସକୁ ପ୍ରମାଣ ମିଳିବା ପରେ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ସୂଚନା ଅନୁସାରେ ସମନ ପଠାଇ ତାଙ୍କୁ ପଚରାଉଚରା କରିବା ପାଇଁ ଡାକିଥିଲା ପୋଲିସ୍ । ଏବଂ ପ୍ରାୟ ୧୧ ଘଂଟା ପଚରାଉଚରା କରାଯିବା ପରେ ଗିରଫ କରାଯାଇଛି ।
Activist and former JNU student Umar Khalid arrested by special cell in connection with his alleged role in the violence of Northeast Delhi: Delhi Police (File pic) pic.twitter.com/LIwLZ8ypjg
— ANI (@ANI) September 13, 2020
ତେବେ ଏହାକୁ ବିରୋଧ କରିଛି ୟୁନାଇଟେଡ୍ ଏଗନେଷ୍ଟ ହେଟ୍ ଗ୍ରୁପ୍ । ଏଥିସହ ତାଙ୍କୁ ଅଧିକରୁ ଅଧିକ ସୁରକ୍ଷା ଯୋଗାଇ ଦେବାକୁ ଦାବି ଏହି ଗ୍ରୁପ୍ ପକ୍ଷରୁ ଦାବି କରାଯାଇଛି । ସେହିପରି ସିଏଏ ଓ ଏନଆରସି ବିରୋଧରେ ଲଢ଼ାଇ ଜାରି ରହିବ ବୋଲି କୁହାଯାଇଛି । ପୂର୍ବରୁ ମଧ୍ୟ ଦିଲ୍ଲୀ ହିଂସା ମାମଲାରେ ଖାଲିଦଙ୍କୁ ପଚରାଉଚରା କରିଥିଲା ଦିଲ୍ଲୀ ପୋଲିସ୍ । ଚଳିତ ବର୍ଷ ଫେବ୍ରୁଆରୀ ମାସ ୨୩ ରୁ ୨୬ ତାରିଖ ମଧ୍ୟରେ ଏନଆରସିକୁ ବିରୋଧ ପ୍ରଦର୍ଶନ କରି ଉତର ଦିଲ୍ଲୀରେ ହିଂସା ହୋଇଥିଲା । ଏଥିରେ ପ୍ରାୟ ୫୦ଜଣଙ୍କ ଜୀବନ ଯାଇଥିଲା ଓ ଶତାଧିକ ଲୋକ ଗୁରୁତର ଭାବେ ଆହତ ହୋଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/2-19.jpg)