ପଞ୍ଜାବ ପାଇଁ କର ବା ମର ସ୍ଥିତି । ଟସ୍ ଜିତି ଚେନ୍ନାଇର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ

109

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ମୁହାଁ ମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଓ କିଙ୍ଗସ ଇଲେଭେନ ପଞ୍ଜାବ । ଏହି ମ୍ୟାଚରେ ଚେନ୍ନାଇ ଟସ୍ ଜିତି ବୋଲିଂ ନଷ୍ପତ୍ତି ନେଇଛି । ଫଳରେ ଏବେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବ ପଞ୍ଜାବ ଦଳ । ଏହି ମ୍ୟାଚ ପଞ୍ଜାବ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଯଦି ପଞ୍ଜାବ ଏହି ମ୍ୟାଚ ହାରୁଛି ତେବେ ପ୍ଲେ ଅଫ ଆଶା ଧୂଳିସାତ ହୋଇଯିବ ।

ଉଭୟ ଦଳ ଚଳିତ ଆଇପିଏଲରେ ୧୩ଟି ଲେଖାଏଁ ମ୍ୟାଚ ଖେଳି ସାରିଛନ୍ତି । ଚେନ୍ନାଇ ୫ଟି ବିଜୟ ଓ ୮ଟି ପରାଜୟ ପଏଣ୍ଟ ଟେବୁଲର ଶେଷରେ ରହିଛି । ସେହିପରି ପାଞ୍ଜାବ ୬ଟି ବିଜୟ ଓ ୭ଟି ପରାଜୟ ସହ ପଞ୍ଚମ ସ୍ଥାନରେ ରହିଛି । ତେଣୁ ପଞ୍ଜାବ ପାଇଁ ଆଜିର ମ୍ୟାଚ ଗୁରୁତ୍ୱପୂର୍ଣ୍ଣ ରହିଛି ।

ପଞ୍ଜାବରେ କ୍ରିସ ଗେଲ, କେଏଲ ରାହୁଲଙ୍କ ଭଳି ଖେଳାଳି ରହିଛନ୍ତି । ଉଭୟ ଫର୍ମରେ ରହିଛନ୍ତି । ଗତ କିଛି ମ୍ୟାଚରେ କ୍ରିସ ଗେଲ ବିସ୍ଫୋରକ ବ୍ୟାଟିଂ ମଧ୍ୟ କରୁଛନ୍ତି । ସେପଟେ ଚେନ୍ନାଇ ଲଗାତାର ଦୁଇଟି ମ୍ୟାଚରେ ବିଜୟ ହୋଇଛି । ଋତୁରାଜ ଗାଏକ୍ୱାର୍ଡ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି ।