ଆଇପିଏଲ ଟକ୍କର : ଟସ୍ ଜିତି ଚେନ୍ନାଇର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ କୋଲକାତା ନାଇଟ ରାଇଡର୍ସ 

104

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ୍ ଓ କୋଲକାତା ନାଇଟ ରାଇଡର୍ସ । ଏହି ମ୍ୟାଚରେ ଚେନ୍ନାଇ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ଏବେ କୋଲକାତା ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବ । ଏହି ମ୍ୟାଚ କୋଲକାତା ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି । ଚେନ୍ନାଇ ପ୍ଲେଅଫରୁ ବାଦ ପଡିସାରିଛି ।

ଦୁଇ ଦଳ ଚଳିତ ଆଇପିଏଲରେ ୧୨ଟି ଲେଖାଏଁ ମ୍ୟାଚ ଖେଳି ସାରିଛନ୍ତି । ଚେନ୍ନାଇ ୪ଟି ବିଜୟ ଓ ୮ଟି ପରାଜୟ ସହ ପଏଣ୍ଟ ଟେବୁଲର ସବାଶେଷରେ ରହିଛି । ସେହିପରି କୋଲକାତା ୬ଟି ବିଜୟ ଓ ୬ଟି ପରାଜୟ ସହ ପଞ୍ଚମ ସ୍ଥାନରେ ରହିଛି । ତେଣୁ କୋଲକାତା ଆଜିର ମ୍ୟାଚରେ ବିଜୟୀ ହୋଇ ପ୍ଲେଅଫରେ ନିଜ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିବ ।

କୋଲକାତାରେ ଶୁଭମନ ଗିଲ, ନିତୀଶ ରାଣା, ଇୟନ ମୋର୍ଗାନ, ଦିନେଶ କାର୍ତ୍ତିକଙ୍କ ଭଳି ଖେଳାଳି ରହିଛନ୍ତି । ସେହିପରି ଚେନ୍ନାଇରେ ଡୁ ପ୍ଲେସିସ, ଋତୁରାଜ ଗାଏକ୍ୱାର୍ଡ, ସାମ କୁରାନ, ଅମ୍ବାତି ରାଇଡୁଙ୍କ ଭଳି ଖେଳାଳି ରହିଛନ୍ତି ।