ଆରମ୍ଭ ହେଲା ଆଇପିଏଲ ଉଦଘାଟନୀ ମ୍ୟାଚ : ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଚେନ୍ନାଇ ସୁପର କିଙ୍ଗସ୍, ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ

149

କନକ ବ୍ୟୁରୋ : ଆଜି ଆରମ୍ଭ ହେଉଛି ଆଇପିଏଲର ଉଦଘାଟନୀ ମ୍ୟାଚ । ଏହି ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହେବେ । ଏଥିରେ ଚେନ୍ନାଇ ସୁପର କିଙ୍ଗସ୍ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ତେବେ ମୁମ୍ବାଇ ପକ୍ଷରୁ ଦୁଇ ଓପନର ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବେ ।

ଚଳିତ ବର୍ଷ କୋଭିଡ ଯୋଗୁଁ ୟୁଏଇରେ ଆଇପିଏଲ ମ୍ୟାଚ ଅନୁଷ୍ଠିତ ହେଉଛି । ଏହାର ପ୍ରଥମ ମ୍ୟାଚ ଆଜି ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ ଖେଳାଯିବ । ଉଭୟ ଦଳ ଏହି ଉଦଘାଟନୀ ମ୍ୟାଚ ଜିତିବାକୁ ଜୋରଦାର ପ୍ରୟାସ ଜାରି ରଖିବେ ।