ଆଇପିଏଲ ଟକ୍କର: ଟସ ଜିତି ଚେନ୍ନାଇର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ବାଙ୍ଗାଲୋର

100

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଚେନ୍ନାଇ । ତେଣୁ ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ଦଳ । ଏହି ମ୍ୟାଚ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ପ୍ଲେ ଅଫରେ ନିଜ ସ୍ଥାନ ପକ୍କା ରଖିବା ପାଇଁ ଏହି ମ୍ୟାଚରେ ଲଢେଇ କରିବେ ଧୋନୀ ଓ ବିରାଟ । ଉଭୟ ଦଳ ଚଳିତ ଆଇପିଏଲରେ ପୂର୍ବରୁ ମୁହାଁମୁହିଁ ହୋଇ ସାରିଛନ୍ତି । ପ୍ରଥମ ମ୍ୟାଚରେ ଚେନ୍ନାଇ ବିଜୟୀ ହୋଇଥିଲା । ୬୯ ରନରେ ବାଙ୍ଗାଲୋରକୁ ପରାସ୍ତ କରିଥିଲା ଚେନ୍ନାଇ । ତେବେ ପୁଣି ଏବେ ଦ୍ୱିତୀୟ ଥର ପାଇଁ ମୁହାଁମୁହିଁ ହେବେ ଏହି ଦୁଇ ଦଳ । ଚେନ୍ନାଇ ନିଜ ବିଜୟ ଧାରା ଜାରି ରଖିବାକୁ ପ୍ରୟାସ କରିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଉଥିବା ବେଳେ ବାଙ୍ଗାଲୋର ବଦଲା ନେବା ଲକ୍ଷ୍ୟରେ ରହିବ । ଚଳିତ ଆଇପିଏଲରେ ଚେନ୍ନାଇ ୮ଟି ମ୍ୟାଚ ଖେଳି ୬ଟିରେ ବିଜୟ ଓ ୨ଟିରେ ପରାଜୟ ହୋଇ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ବାଙ୍ଗାଲୋର ୮ଟି ମ୍ୟାଚ ଖେଳି ୫ଟି ବିଜୟ ଓ ୩ଟିରେ ପରାଜୟ ହୋଇ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି ।