କନକ ବ୍ୟୁରୋ: ଆଜିର ଆଇପିଏଲ ହାଇଭୋଲ୍ଟେଜ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଓ ପଞ୍ଜାବ କିଙ୍ଗସ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଚେନ୍ନାଇ । ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ପଞ୍ଜାବ ଦଳ । ଚେନ୍ନାଇ ନିଜ ପ୍ରଥମ ବିଜୟ ଲକ୍ଷ୍ୟରେ ରହିଥିବା ବେଳେ ପଞ୍ଜାବ ବିଜୟ ଧାରା ଜାରି ରଖିବାକୁ ପ୍ରୟାସ କରିବ ।
ଚଳିତ ଆଇପିଏଲରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଖେଳିଛନ୍ତି । ଚେନ୍ନାଇ ତାର ପ୍ରଥମ ମ୍ୟାଚରେ ପରାଜୟ ହୋଇଥିବା ବେଳେ ପଞ୍ଜାବ ତାର ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିଲା । ସେପଟେ ଏଥର ଚେନ୍ନାଇ ନିଜ ଭୁଲ ସୁଧାରିକି ମୈଦାନକୁ ଓହ୍ଲାଇବ ।
ଚେନ୍ନାଇ ଦଳରେ ସୁରେଶ ରାଇନା, ବ୍ରାଭୋ, ଫାପ ଡୁପ୍ଲେସିସ, ମହେନ୍ଦ୍ର ସିଂ ଧୋନୀଙ୍କ ଭଳି ଖେଳାଳି ରହିଛନ୍ତି । ସେହିପରି ପଞ୍ଜାବ ଦଳରେ କେଏଲ ରାହୁଲ, ମୟଙ୍କ ଅଗ୍ରୱାଲ ଓ କ୍ରିସ ଗେଲ ଭଳି ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନ ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/tt.jpg)