ଆଇପିଏଲ ଟକ୍କର : ଟସ୍ ଜିତି ଚେନ୍ନାଇର ବ୍ୟାଟିଂ ନିଷ୍ପତ୍ତି । ପ୍ରଥମେ ବୋଲିଂ କରିବ ରାଜସ୍ଥାନ ରୟାଲ୍ସ । 

87

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ଓ ରାଜସ୍ଥାନ ଦଳ । ଏହି ମ୍ୟାଚରେ ଚେନ୍ନାଇ ପ୍ରଥମେ ଟସ୍୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି । ଫଳରେ ରାଜସ୍ଥାନ ପ୍ରଥମେ ବୋଲିଂ କରିବାକୁ ଆସିବ । ଏବେ ଚେନ୍ନାଇ ପ କ୍ଷରୁ ଦୁଇ ଓପନର ମୈଦାନକୁ ଓହ୍ଲାଇବେ । ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ ।

ଚଳିତ ଆଇପିଏଲରେ ଉଭୟ ଦଳ ୯ଟି ଲେଖାଏଁ ମ୍ୟାଚ ଖେଳି ସମାନ ସ୍ଥିତିରେ ରହିଛନ୍ତି । ଚେନ୍ନାଇ ୯ଟି ମ୍ୟାଚରୁ ୩ଟି ବିଜୟ ଓ ୬ଟି ପରାଜୟ ସହ ସପ୍ତମ ସ୍ଥାନରେ ରହିଥିବା ବେଳେ ରାଜସ୍ଥାନ ମଧ୍ୟ ୩ଟି ବିଜୟ ଓ ୬ଟି ପରାଜୟ ସହ ଅଷ୍ଟମ ସ୍ଥାନରେ ରହିଛି । ତେଣୁ ଏହି ମ୍ୟାଚ ଦୁଇ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ ।

ଚେନ୍ନାଇରେ ସେନ ୱାଟସନ, ଫାପ ଡୁ ପ୍ଲେସିସ, ଅମ୍ବାତି ରାଇଡୁ, ସାମ କୁରାନଙ୍କ ଭଳି ଖେଳାଳି ରହିଛନ୍ତି । ସେହିପରି ରାଜସ୍ଥାନରେ ଷ୍ଟିଭେନ ସ୍ମିଥ, ବେନ ଷ୍ଟୋକ, ସଞ୍ଜୁ ସାମସନ ଓ ଜୋସ ବଟରଲଙ୍କ ଭଳି ଖେଳାଳି ରହିଛନ୍ତି । ତେଣୁ ଆଜିର ମ୍ୟାଚରେ ଦମଦାର ଲଢେଇ ଦେଖିବାକୁ ମିଳିବ ।