ଟସ୍ ଜିତି ଚେନ୍ନାଇର ବ୍ୟାଟିଂ ନିଷ୍ପତ୍ତି । ପ୍ରଥମେ ବୋଲିଂ କରିବାକୁ ଆସିବ ଦିଲ୍ଲୀ କ୍ୟାପିଟାଲ । 

87

କନକ ବ୍ୟୁରୋ : ଆଜିର ଆଇପିଏଲ ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ଓ ଦିଲ୍ଲୀ । ଏହି ମ୍ୟାଚରେ ଚେନ୍ନାଇ ଟସ୍୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି । ଫଳରେ ପ୍ରଥମେ ବୋଲିଂ ପାଇଁ ଆସିବ ଦିଲ୍ଲୀ ଦଳ । ଚେନ୍ନାଇ ପକ୍ଷରୁ ଦୁଇ ଓପନର ବ୍ୟାଟିଂ ପାଇଁ ଆସିବେ । ଚେନ୍ନାଇ ପାଇଁ ଏହି ମ୍ୟାଚ ଗୁରୁତ୍ୱପୂର୍ଣ୍ଣ ରହିବ ।

ଉଭୟ ଦଳ ଚଳିତ ଆଇପିଏଲରେ ୮ଟି ଲେଖାଏଁ ମ୍ୟାଚ ଖେଳିଛନ୍ତି । ଦିଲ୍ଲୀ ୮ଟି ମ୍ୟାଚ ଖେଳି ୬ଟି ବିଜୟ ଓ ୨ଟି ପରାଜୟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ଚେନ୍ନାଇ ୩ଟି ବିଜୟ ଓ ୫ଟି ପରାଜୟ ସହ ଷଷ୍ଠ ସ୍ଥାନରେ ରହିଛି । ତେଣୁ ଚେନ୍ନାଇ ପାଇଁ ଏହି ମ୍ୟାଚ ଗୁରୁତ୍ୱପୂର୍ଣ୍ଣ ରହିବ ।

ଚେନ୍ନାଇରେ ସେନ ୱାଟସନ, ଡୁପ୍ଲେସିସ, ଅମ୍ବାତି ରାଇଡୁ ଓ ଧୋନୀଙ୍କ ଭଳି ଖେଳାଳି ରହିଛନ୍ତି । ସେହିପରି ଦିଲ୍ଲୀରେ ରିଷବ ପନ୍ତ, ଶ୍ରେୟାସ ଆୟାର, ପୃଥୀ ଶ’ ଓ ଶିଖର ଧୱନଙ୍କ ଭଳି ଖେଳାଳି ରହିଛନ୍ତି ।