ଆଇପିଏଲ ଲଢେଇ: ଟସ ଜିତି ଚେନ୍ନାଇର ବ୍ୟାଟିଂ ନିଷ୍ପତ୍ତି । ପ୍ରଥମେ ବୋଲିଂ କରିବ ବାଙ୍ଗାଲୋର 

74

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଚେନ୍ନାଇ । ତେଣୁ ପ୍ରଥମେ ବୋଲିଂ କରିବ ବାଙ୍ଗାଲୋର । ଏହି ମ୍ୟାଚ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ । କାରଣ ଦୁଇ ଦଳ ପଏଣ୍ଟ ଟେବୁଲର ଶୀର୍ଷରେ ରହିବାକୁ ଏହି ମ୍ୟାଚରେ ଲଢିବେ ।

ଉଭୟ ଦଳ ଚଳିତ ଆଇପିଏଲରେ ୪ଟି ଲେଖାଏଁ ମ୍ୟାଚ ଖେଳିଛନ୍ତି । ଯେଉଁଥିରେ ବାଙ୍ଗାଲୋର ବିନା ପରାଜୟରେ ଟେବୁଲର ଶୀର୍ଷରେ ରହିଛି । ସେହିପରି ଚେନ୍ନାଇ ୩ଟିରେ ବିଜୟୀ ହେବା ସହ ୧ଟିଏରେ ପରାଜୟ ହୋଇଛି । ତେବେ ଆଜିର ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ ।