ଟସ୍ ଜିତି ଚେନ୍ନାଇର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ହାଇଦ୍ରାବାଦ ।

71

କନକ ବ୍ୟୁରୋ : ଶାରଜାହ କ୍ରିକେଟ୍ ଷ୍ଟାଡିୟମରେ ଆଜି ଖେଳାଯିବ ଆଇପିଏଲର ୪୪ତମ ମ୍ୟାଚ୍ । ଦମଦାର ଟକ୍କରରେ ଆଜି ମୁହାଁମୁହିଁ ହେବେ ଶକ୍ତିଶାଳୀ ଚେନ୍ନାଇ ସୁପରକିଙ୍ଗସ ଏବଂ ସନ ରାଇଜର୍ସ ହାଇଦ୍ରାବାଦ୍ । ତେବେ ଚେନ୍ନାଇ ପ୍ରଥମେ ଟସ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଛି ।

ଉଭୟ ଦଳ ଚଳିତ ଆଇପିଏଲରେ ଏଯାଏଁ ୧୦ଟି ଲେଖାଏଁ ମ୍ୟାଚ୍ ଖେଳିଥିବା ବେଳେ, ଚେନ୍ନାଇ ସୁପରକିଙ୍ଗସ ୮ଟି ବିଜୟ ସହ ୧୬ ଅଙ୍କ ନେଇ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି । ସେପଟେ ହାଇଦ୍ରାବାଦର ପ୍ରଦର୍ଶନ ଚଳିତ ଆଇପିଏଲରେ ନୈରାଶ୍ୟଜନକ ରହିଛି । ଦଳ ମୋଟ୍ ୧୦ଟି ମ୍ୟାଚରୁ ମାତ୍ର ୨ଟି ମ୍ୟାଚରେ ବିଜୟୀ ହୋଇପାରିଛି ।