ପଞ୍ଜାବର ପ୍ଲେଅଫ ଆଶା ଧୂଳିସାତ । ୯ ୱିକେଟରେ ବିଜୟ ହାସଲ କଲା ଚେନ୍ନାଇ ସୁପର କିଙ୍ଗସ  

415

କନକ ବ୍ୟୁରୋ : ଆଜିର ମ୍ୟାଚରେ ଚେନ୍ନାଇ ପଞ୍ଜାବଠାରୁ ୯ ୱିକେଟରେ ବିଜୟୀ ହୋଇଛି । ଫଳରେ ପଞ୍ଜାବ ଏହି ମ୍ୟାଚରେ ପରାଜୟ ସହ ପ୍ଲେ ଅଫ ଦୌଡରୁ ପଛରେ ପଡିଯାଇଛି । ଦଳ ଚଳିତ ଆଇପିଏଲରେ ୧୪ ମ୍ୟାଚରୁ ୬ଟି ବିଜୟ ଓ ୮ଟି ପରାଜୟକୁ ସାମ୍ନା କରିଛି ।

ଏହି ମ୍ୟାଚରେ ଚେନ୍ନାଇ ଟସ୍୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ପଞ୍ଜାବ ବ୍ୟାଟିଂ ପାଇଁ ଆସିଥିଲା । ପଞ୍ଜାବ ପକ୍ଷରୁ କେହିବି ବ୍ୟାଟ୍ସମ୍ୟାନ ସଫଳ ହୋଇପାରିନଥିଲେ । ଦିପକ ହୁଡ୍ଡା ଦଳ ପକ୍ଷରୁ ୬୨, କେଏଲ ରାହୁଲ ୨୯, ମୟଙ୍କ ଅଗ୍ରୱାଲ ୨୬ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୬ ୱିକେଟ ହରାଇ ୧୫୩ ରନ କରିଥିଲା ।

ପରେ ୧୫୪ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ଚେନ୍ନାଇ ଦଳ । ଚେନ୍ନାଇ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା । ଚେନ୍ନାଇ ପକ୍ଷରୁ ଋତୁରାଜ ଗାଏକ୍ୱାର୍ଡ ୬୨ ରନ, ଫାପ ଡୁପ୍ଲେସିସ ୪୮ ଓ ଅମ୍ବାତି ରାଇଡୁ ୩୦ ରନ କରିଥିଲେ । ଫଳରେ ଦଳ ୧୮ ଓଭର ୫ଟି ବଲ ଖେଳି  ୧୫୪ ରନ କରି ବିଜୟ ହାସଲ କରିଥିଲା ।