କନକ ବ୍ୟୁରୋ : ଆଜିର ମ୍ୟାଚରେ ଚେନ୍ନାଇ ପଞ୍ଜାବଠାରୁ ୯ ୱିକେଟରେ ବିଜୟୀ ହୋଇଛି । ଫଳରେ ପଞ୍ଜାବ ଏହି ମ୍ୟାଚରେ ପରାଜୟ ସହ ପ୍ଲେ ଅଫ ଦୌଡରୁ ପଛରେ ପଡିଯାଇଛି । ଦଳ ଚଳିତ ଆଇପିଏଲରେ ୧୪ ମ୍ୟାଚରୁ ୬ଟି ବିଜୟ ଓ ୮ଟି ପରାଜୟକୁ ସାମ୍ନା କରିଛି ।
ଏହି ମ୍ୟାଚରେ ଚେନ୍ନାଇ ଟସ୍୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ପଞ୍ଜାବ ବ୍ୟାଟିଂ ପାଇଁ ଆସିଥିଲା । ପଞ୍ଜାବ ପକ୍ଷରୁ କେହିବି ବ୍ୟାଟ୍ସମ୍ୟାନ ସଫଳ ହୋଇପାରିନଥିଲେ । ଦିପକ ହୁଡ୍ଡା ଦଳ ପକ୍ଷରୁ ୬୨, କେଏଲ ରାହୁଲ ୨୯, ମୟଙ୍କ ଅଗ୍ରୱାଲ ୨୬ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୬ ୱିକେଟ ହରାଇ ୧୫୩ ରନ କରିଥିଲା ।
ପରେ ୧୫୪ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ଚେନ୍ନାଇ ଦଳ । ଚେନ୍ନାଇ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା । ଚେନ୍ନାଇ ପକ୍ଷରୁ ଋତୁରାଜ ଗାଏକ୍ୱାର୍ଡ ୬୨ ରନ, ଫାପ ଡୁପ୍ଲେସିସ ୪୮ ଓ ଅମ୍ବାତି ରାଇଡୁ ୩୦ ରନ କରିଥିଲେ । ଫଳରେ ଦଳ ୧୮ ଓଭର ୫ଟି ବଲ ଖେଳି ୧୫୪ ରନ କରି ବିଜୟ ହାସଲ କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/ElvfgbRUYAAV6cP.jpg)