ଋତୁରାଜଙ୍କ ଦମଦାର ଅର୍ଦ୍ଧଶତକ । ୮ ୱିକେଟରେ ବିଜୟ ହାସଲ କଲା ଚେନ୍ନାଇ । 

196

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ଋତୁରାଜ ଗାଏକ୍ୱାର୍ଡଙ୍କ ଦମଦାର ଅର୍ଦ୍ଧଶତକ ଦେଖିବାକୁ ମିଳିଛି । ଫଳରେ ଚେନ୍ନାଇ ବାଙ୍ଗାଲୋରଠାରୁ ୮ ୱିକେଟରେ ବିଜୟ ହାସଲ କରିଛି । ଏହାସହ ଚେନ୍ନାଇ ଦୁଇ ପଏଣ୍ଟ ପାଇଛି । ଏବେ ବାଙ୍ଗାଲୋର ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି ।

ଏହି ମ୍ୟାଚରେ ବାଙ୍ଗାଲୋର ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ଦଳର ବ୍ୟାଟ୍ସମ୍ୟାନ ମାନେ ବଡ ପାଳି ଖେଳିପାରିନଥିଲେ । ଦଳ ପକ୍ଷରୁ ବିରାଟ କୋହଲି ୫୦, ଡିଭିଲିୟର୍ସ ୩୯ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୬ ୱିକେଟ ହରାଇ ମାତ୍ର ୧୪୫ ରନ କରିଛି ।

ପରେ ୧୪୬ ରନର ବିଜୟ ଲକ୍ଷ୍ୟ ନେଇ ଆସିଥିବା ଚେନ୍ନାଇ ଦମଦାର ବିଜୟ ହାସଲ କରିଥିଲା । ଦଳ ପକ୍ଷରୁ ଋତୁରାଜ ଗାଏକ୍ୱାର୍ଡ ସର୍ବାଧିକ ୬୫, ଫାପ ଡୁପ୍ଲେସିସ୨୫ ଓ ଅମ୍ବାତି ରାଇଡୁ ୩୯ ରନ କରିଥିଲେ । ଫଳରେ ଦଳ ୧୮ ଓଭର ୪ଟି ବଲ ଖେଳି ୧୫୦ ରନ କରି ବିଜୟ ଲକ୍ଷ୍ୟ ହାସଲ କରିଛି ।