କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଛି ଚେନ୍ନାଇ । ଏହି ମ୍ୟାଚରେ ଧୋନୀ ନିଜ ଷ୍ଟାଇଲରେ ଫିନିସ କରି ଦଳକୁ ବିଜୟୀ କରାଇଛନ୍ତି । ଫଳରେ ଚେନ୍ନାଇ ଏହି ମ୍ୟାଚରେ ୪ ୱିକେଟରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛି ।
ଆଜିର ମ୍ୟାଚରେ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଚେନ୍ନାଇ । ଫଳରେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିଲା ଦିଲ୍ଲୀ ଦଳ । ଆରମ୍ଭରୁ ପୃଥୀ ଶ ଆକ୍ରାଣାତ୍ମକ ବ୍ୟାଟିଂ କରିଥିଲେ । ଏହି ମ୍ୟାଚରେ ଶ ୬୦, ରିଷବ ପନ୍ତ ୫୧, ହେତମେୟାର ୩୭ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୫ ୱିକେଟ ହରାଇ ୧୭୨ ରନ କରିବାରେ ସକ୍ଷମ ହୋଇଥିଲା ।
୧୭୩ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଚେନ୍ନାଇ ଦଳ ଆଜି ଦମଦାର ବ୍ୟାଟିଂ କରିଥିଲା । ଋତୁରାଜ ଗାଏକ୍ୱାଡ ଓ ରବିନ ଉଥପ୍ପା ଦୁର୍ଦ୍ଦଶ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ହେଲେ ଶେଷ ଆଡକୁ ଗୋଟିଏ ପରେ ଓି୍ୱକେଟ ହରାଇଥିଲା ଚେନ୍ନାଇ । ହେଲେ ଶେଷ ବେଳକୁ ଧୋନୀ ନିଜ ଷ୍ଟାଇଲରେ ଫିନିସ କରି ଦଳକୁ ବିଜୟୀ କରାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/10/FBWx7cdWQAUXMxe.jpg)