ଚେନ୍ନାଇର ଚମତ୍କାର ବିଜୟ: ୬ ୱିକେଟରେ ବାଙ୍ଗାଲୋରକୁ ହରାଇଲା ସିଏସକେ

79

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ଚେନ୍ନାଇ ଚମତ୍କାର ବିଜୟ ହାସଲ କରିଛି । ଏହି ମ୍ୟାଚରେ ଚେନ୍ନାଇ ୬ ୱିକେଟରେ ବାଙ୍ଗାଲୋରକୁ ପରାସ୍ତ କରିଛି । ଏହି ବିଜୟ ସହ ଏବେ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଚେନ୍ନାଇ । ଏହି ମ୍ୟାଚରେ ଚେନ୍ନାଇର ଉଭୟ ବୋଲର ଓ ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିଥିବା ନଜର ଆସିଥିଲେ ।

ଏହି ମ୍ୟାଚରେ ଚେନ୍ନାଇ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ ପାଇଁ ଆସିଥିଲା ବାଙ୍ଗାଲୋର ଦଳ । ଦଳ ପକ୍ଷରୁ କୋହଲି ଓ ଦେବଦତ୍ତ ପାଡିକଲ ଭଲ ଆରମ୍ଭ ଦେଇଥିଲେ । ଉଭୟ ଅର୍ଦ୍ଧଶତକ ହାସଲ କରିଥିଲେ । ହେଲେ ଉଭୟ ଆଉଟ ହେବା ପରେ ଆଉ କେହି ଦଳୀୟ ସ୍କୋରକୁ ଆଗେଇ ପାରିନଥିଲେ । ଫଳରେ ୨୦ ଓଭରରେ ୬ ୱିକେଟ ହରାଇ ୧୫୬ ରନ କରିଥିଲା ବାଙ୍ଗାଲୋର ।

୧୫୭ ରନର ବିଜୟ ଲକ୍ଷ୍ୟ ନେଇ ଚେନ୍ନାଇ ମୈଦାନକୁ ଓହ୍ଲାଇଥିଲା । ଦଳ ପକ୍ଷରୁ ସମସ୍ତ ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିଥିଲେ । ଫଳରେ ୧୮ ଓଭର ଖେଳି ଦଳ ଏହି ବିଜୟ ଲକ୍ଷ୍ୟ ହାସଲ କରିପାରିଥିଲା ।