ବ୍ରାଭୋଙ୍କ ଚମତ୍କାର ବୋଲିଂ: ୨୦ ରନରେ ମୁମ୍ବାଇକୁ ହରାଇଲା ଚେନ୍ନାଇ

118

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ଦମଦାର ଖେଳ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଚେନ୍ନାଇ ୨୦ ରନରେ ମୁମ୍ବାଇକୁ ପରାସ୍ତ କରିଛି । ଫଳରେ ଆଇପିଏଲ ୨୦୨୧ର ଦ୍ୱିତୀୟ ଫେଜରେ ଚେନ୍ନାଇ ବିଜୟରୁ ନିଜ ଅଭିଯାନ ଆରମ୍ଭ କରିଛି ।

ଏହି ମ୍ୟାଚରେ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଚେନ୍ନାଇ । ଫଳରେ ବ୍ୟାଟିଂ ଆରମ୍ଭ କରିଥିଲେ ଋତୁରାଜ ଓ ଫାପ ଡୁପ୍ଲେସିସ । ହେଲେ ଆରମ୍ଭରୁ ଡୁପ୍ଲେସିସ ଆଉଟ ହୋଇ ପାଭିଲିୟନ ଫେରିଯାଇଥିଲେ । ଏହାପରେ ରାଇନା, ଧୋନୀ, ମୋଇନ ଅଲ୍ଲୀଙ୍କ ଭଳି ବ୍ୟାଟ୍ସମ୍ୟାନ ମଧ୍ୟ ବିଫଳ ହୋଇଥିଲେ ।

ହେଲେ ଶେଷ ଆଡକୁ ଋତୁରାଜଙ୍କ ସହ ଜାଡେଜାଙ୍କ ଯୋଡି ଚେନ୍ନାଇକୁ ମଜବୁତ ସ୍ଥିତିକୁ ନେଇଥିଲା । ଜାଡେଜାଙ୍କ ପରେ ବ୍ରାଭୋ ମଧ୍ୟ ୩ଟି ଛକା ମାରି ଦଳୀୟ ସ୍କୋରରୁ ଆଗେଇ ନେଇଥିଲେ । ଫଳରେ ୨୦ ଓଭରରେ ଚେନ୍ନାଇ ୬ ୱିକେଟ ହରାଇ ୧୫୬ ରନ କରିବାରେ ସଫଳ ହୋଇଥିଲା ।

ସେପଟେ ୧୫୭ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଖିବା ମୁମ୍ବାଇ ଦଳ ପରାଜୟ ସ୍ୱୀକାର କରିଛି । ଦଳରେ ସୂର୍ଯ୍ୟ କୁମାର ଯାଦବ, ଇଶାନ କିଷାନ, ପୋଲାର୍ଡଙ୍କ ଭଳି ଖେଳାଳି ସଫଳ ହୋଇପାରିନଥିଲେ । ଫଳରେ ଦଳ ୨୦ ଓଭରରେ ୮ ୱିକେଟ ହରାଇ ମାତ୍ର ୧୩୬ ରନ କରିବାରେ ସଫଳ ହୋଇଥିଲା ।