ଚେନ୍ନାଇର ରୋମାଞ୍ଚକର ବିଜୟ: ୨ ୱିକେଟରେ କୋଲକାତାକୁ ହରାଇଲା ସିଏସକେ

90

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ଚେନ୍ନାଇର ରୋମାଞ୍ଚକର ବିଜୟ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଚେନ୍ନାଇ କୋଲକାତାକୁ ୨ ୱିକେଟରେ ପରାସ୍ତ କରିଛି । ଏହି ବିଜୟ ସହ ଏବେ ଚେନ୍ନାଇ ପ୍ଲେଅଫରେ ନିଜ ସ୍ଥାନ ପକ୍କା କରି ସାରିଛି ।

ଏହି ମ୍ୟାଚରେ ଟସ ଜିତି କୋଲକାତା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ବୋଲିଂ କରିବାକୁ ଆସିଥିଲା ଚେନ୍ନାଇ । ଏହି ମ୍ୟାଚରେ କୋଲକାତା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ ହରାଇ ୧୭୧ ରନ କରିଥିଲା ।

୧୭୨ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ଚେନ୍ନାଇ ଦଳ । ଆରମ୍ଭରୁ ଡୁ ପ୍ଲେସିସ ଓ ଗାଏକ୍ୱାର୍ଡ ଭଲ ପ୍ରଦର୍ଶନ କରିଥିଲେ । ହେଲେ ଶେଷ ବେଳକୁ କୋବକାତା ବୋଲରମାନେ ଚେନ୍ନାଇକୁ ଚାପ ପକାଇଦେଇଥିଲେ । ତେଣୁ ଶେଷ ବଲରେ ଚେନ୍ନାଇ ବିଜୟ ଲାଭ କରିଥିଲା ।