ଆଇପିଏଲ ଟକ୍କର: ପୁଣି ଚେନ୍ନାଇର ଚମତ୍କାର ବିଜୟ । ୫ ୱିକେଟରେ କେକେଆରକୁ ହରାଇଲା ଧୋନୀ ବାହିନୀ

Advertisment
ଆଇପିଏଲ ଟକ୍କର: ପୁଣି ଚେନ୍ନାଇର ଚମତ୍କାର ବିଜୟ । ୫ ୱିକେଟରେ କେକେଆରକୁ ହରାଇଲା ଧୋନୀ ବାହିନୀ

Source:Hindustan Times

କନକ ବ୍ୟୁରୋ: ଦୁଇ ବର୍ଷ ପରେ ଆଇପିଏଲକୁ ଫେରିଥିବା ଚେନ୍ନାଇ ସୁପର କିଙ୍ଗସ୍ ଜାରି ରଖିଛି ବିଜୟ ଅଭିଯାନ । ମଙ୍ଗଳବାର ରୋମାଂକର ମ୍ୟାଚରେ କୋଲକାତାକୁ ୫ ୱିକେଟରେ ପରାସ୍ତ କରିଛି ଚେନ୍ନାଇ । ବିଜୟ ପାଇଁ ଶେଷ ଓଭରରେ ୧୭ ରନ ଆବଶ୍ୟକ ଥିଲାବେଳେ ଗୋଟିଏ ବଲ୍ ବାକି ଥାଇ ମ୍ୟାଚ୍ ଜିତିନେଇଥିଲା ଚେନ୍ନାଇ । ପ୍ରଥମେ ବ୍ୟାଟିଂ କରି ୨୦୩ ରନର ଟାର୍ଗେଟ୍ ଦେଇଥିଲା କୋଲକାତା ।

ଆନ୍ଦ୍ରେ ରସେଲ ମାତ୍ର ୩୬ଟି ବଲରେ ୮୮ ରନର ଧୂଆଁଧାର ଇନିଙ୍ଗସ୍ ଖେଳିଥିଲେ । ରସେଲ ଏହି ଇନିଂଗସରେ ୧୧ଟି ବିଶାଳ ଛକା ମାରିଥିଲେ । ଚେନ୍ନାଇ ପକ୍ଷରୁ ସେନ୍ ୱାଟସନ୍ ୪୨, ଅମ୍ବାତି ରାଇଡୁ ୩୯ ରନ୍ କରିଥିଲେ । ଏହାସହ ସାମ୍ ବ୍ଲିଙ୍ଗ ୫୬ ରନ୍ କରିଥିବା ବେଳେ ଗତ ମ୍ୟାଚର ହିରୋ ବ୍ରାଭୋ ଲଡୁଆ ବ୍ୟାଟିଂ କରି ୫ଟି ବଲରେ ୧୧ ରନ୍ କରିଥିଲେ । ଏହି ବିଜୟ ସହ ଚେନ୍ନାଇ ଲଗାତର ୨ଟି ମ୍ୟାଚ୍ ଜିତି ପଏଂଟ ଟେବୁଲର ଶୀର୍ଷ ସ୍ଥାନରେ ପହଂଚିଛି । ଏହା ସହିତ ଏହି ମ୍ୟାଚରେ ୨୦୨ରନ୍ କରି ଆଇପିଏଲରେ ସର୍ବୋଚ୍ଚ ସ୍କୋରର କୀର୍ତିମାନ ସ୍ଥାପନ ହୋଇଛି । ଏହା ପୂର୍ବରୁ ୨୦୦୮ରେ କେକେଆର ବିପକ୍ଷରେ ଡେକାନ ଚାର୍ଜସ ୧୮୧ ରନ୍ କରି ରେକର୍ଡ କରିଥିଲା ।

ତେବେ ମ୍ୟାଚରେ ମୋଟ ୩୧ ଛକା (କୋଲକାତା-୧୭, ଚେନ୍ନାଇ-୧୪) ମଧ୍ୟ ଆଇପିଏଲ୍ କୀର୍ତିମାନ ହୋଇଥିଲା। ଗତବର୍ଷ ଦିଲ୍ଲୀ-ଗୁଜରାଟ ମ୍ୟାଚ୍ରେ ମଧ୍ୟ ୩୧ ଛକା ଦେଖିବାକୁ ମିଳିଥିଲା। ସେହିଭଳି ୨୦୨ ରନ୍କୁ ପଛରେ ପକାଇଦେବା ପରେ ଚେନ୍ନାଇ ମଧ୍ୟ କୋଲକାତା ବିପକ୍ଷରେ ସଫଳ ପଶ୍ଚାତଧାବନ ବିଜୟ ହାସଲ କରିଥିଲା। ଚେନ୍ନାଇର ଶ୍ରେଷ୍ଠ ପଶ୍ଚାଧାବନ ବିଜୟ କିନ୍ତୁ ରହିଛି ୨୦୬ ରନ୍ (ବନାମ ଆରସିବି, ୨୦୧୨) ।

ସଂକ୍ଷିପ୍ତ ସ୍କୋର୍: କୋଲକାତା ନାଇଟ୍ ରାଇଡର୍ସ: ୨୦ ଓଭରରେ ୨୦୨/୬ (ଆନ୍ଦ୍ରେ ରସେଲ୍-୮୮ଞ୍ଚ, ରବିନ୍ ଉଥପ୍ପା-୨୯, ଦୀନେଶ କାର୍ତିକ-୨୬, କ୍ରିସ୍ ଲିନ-୨୨, ସେନ୍ ଓ୍ଵାଟ୍ସନ୍-୨/୩୯, ହଭରଜନ ସିଂହ-୧/୧୧, ରବୀନ୍ଦ୍ର ଜାଦେଜା-୧/୧୯, ସାର୍ଦୁଲ ଠାକୁର-୧/୩୭)। ଚେନ୍ନାଇ ସୁପର କିଙ୍ଗ୍ସ: ୧୯.୫ ଓଭରରେ ୨୦୫/୫ (ସାମ୍ ବିଲିଙ୍ଗ୍ସ-୫୬, ସେନ୍ ଓ୍ଵାଟ୍ସନ୍-୪୨, ଅମ୍ବାତି ରାୟୁଡୁ-୩୯, ମହେନ୍ଦ୍ର ସିଂହ ଧୋନି-୨୫, ଟମ୍ କୁରାନ୍-୨/୩୯, ସୁନୀଲ ନରିନ-୧/୧୭, କୁଲଦୀପ ଯାଦବ-୧/୨୭, ପୀୟୂଷ ଚାଓ୍ଵଲା-୧/୪୯)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe