ଆଇପିଏଲ୍ ଟକ୍କର: ଧୋନୀ ବାହିନୀ ସାମ୍ନାରେ ୧୭୬ ରନର ବିଜୟ ଲକ୍ଷ୍ୟ ରଖିଲା ଦିଲ୍ଲୀ, ଏବେ ଚେନ୍ନାଇ ବ୍ୟାଟିଂ ଉପରେ ନଜର ।

358
କନକ ବ୍ୟୁରୋ: ଚେନ୍ନାଇ ସାମ୍ନାରେ ୧୭୬ ରନର ବିଜୟ ଲକ୍ଷ୍ୟ । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭର ଖେଳି ୩ ୱିକେଟ୍ ହରାଇ ୧୭୫ ରନ୍ ହାସଲ କରିଛି । ତେବେ ଯୁବ ଖେଳାଳୀ ପୃଥି ସ’ଙ୍କ ୬୪ ରନ୍ ଦଳକୁ ଏକ ବଡ଼ ସ୍କୋରରେ ପହଁଚାଇବାରେ ସହାୟକ ହୋଇଛି । ପ୍ରଥମେ ପୃଥ୍ୱି ଏବଂ ଶିଖର ଧାୱନଙ୍କ ଓପନିଂ ଯୋଡ଼ି ଭଲ ପାର୍ଟନରସିପ୍ କରିଥିଲେ ।
ତେବେ ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଥିବା ଚେନ୍ନାଇ-ଦିଲ୍ଲୀ ମଧ୍ୟରେ ଆଇପିଏଲର ଏହି ଦମଦାର ମ୍ୟାଚରେ ପ୍ରଥମେ ଟସ୍ ଜିତି ଚେନ୍ନାଇ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଚେନ୍ନାଇ ପାଖରେ ବୋଲିଂ ଅର୍ଡର ଭଲ ଥିବାରୁ ଦଳ ଦିଲ୍ଲୀକୁ କମ୍ ରନରେ ରୋକିବାକୁ ଲକ୍ଷ୍ୟ ରଖିଥିଲା କିନ୍ତୁ ଯୁବଦଳକୁ ଧୋନୀ ବାହିନୀ ଉପରେ ଖେଳର ପ୍ରଥମାର୍ଦ୍ଧରେ ଭାରି ପଡ଼ିଛି ।
ତେବେ ଚେନ୍ନାଇ ରାଜସ୍ଥାନ ବିପକ୍ଷରେ ଖେଳାଯାଇଥିବା ପୂର୍ବ ମ୍ୟାଚର ତ୍ରୁଟିକୁ ସୁଧାରି ଏଥର ଦଳକୁ ନୂଆ ରଣନୀତି ସହ ପଡ଼ିଆକୁ ଓହ୍ଲାଇବ ବୋଲି ପ୍ରଶଂସକ ଆଶା ରଖିଛନ୍ତି । ତେବେ ଦଳରେ ଇନଫର୍ମ ବ୍ୟାଟ୍ସମ୍ୟାନ୍ ଫାଫ୍ ଡୁପ୍ଲେସିସଙ୍କ ଉପରେ ଆଜିର ମ୍ୟାଚ୍ ଅଧିକ ଗୁରୁତ୍ୱ ବହନ କରୁଛି । ସେପଟେ ୱାଟସନଙ୍କ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ ।