କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ଚେନ୍ନାଇର ଚମତ୍କାର ବ୍ୟାଟିଂ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଫାପ ଡୁପ୍ଲେସିସ ଓ ଗାଏକ୍ୱାର୍ଡ ଦମଦାର ଅର୍ଦ୍ଧ ଶତକ ହାସଲ କରିଛନ୍ତି । ଫଳରେ ଦଳ ୨୨୦ ରନ କରିବାରେ ସଫଳ ହୋଇଛି । ତେଣୁ ଏବେ କୋଲକାତା ଆଗରେ ୨୨୧ ରନର ବିଜୟ ଲକ୍ଷ୍ୟ ରହିଛି । କୋଲକାତାକୁ ଏହି ମ୍ୟାଚ ଜିତିବାକୁ ହେଲେ ଚେନ୍ନାଇ ବୋଲରଙ୍କୁ ସାମ୍ନା କରିବାକୁ ହେବ ।
ଏହି ମ୍ୟାଚରେ କୋଲକାତା ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ତେଣୁ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା ଚେନ୍ନାଇ । ଆଉ ଚେନ୍ନାଇର ଦୁଇ ଓପନର ଡୁପ୍ଲେସିସ ଓ ଋତୁରାଜ ଗାଏକ୍ୱାର୍ଡ ଭଲ ଆରମ୍ଭ କରିଥିଲେ । ଦଳ ପକ୍ଷରୁ ଗାଏକ୍ୱାର୍ଡ ୬୪, ଡୁପ୍ଲେସିସ ୯୫, ମୋଇନ ଅଲ୍ଲୀ ୨୫ ଓ ଧୋନୀ ୧୭ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୩ ୱିକେଟ ହରାଇ ୨୨୦ ରନ କରିବାରେ ସଫଳ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/ccbb.jpg)