ଚେନ୍ନାଇ ଏକ୍ସପ୍ରେସକୁ ଅଟକାଇଲେ ରାଜସ୍ଥାନ ବୋଲର । ୧୨୫ ରନ କଲା ଚେନ୍ନାଇ । ରାଜସ୍ଥାନ ଆଗରେ ୧୨୬ ରନର ବିଜୟ ଲକ୍ଷ୍ୟ । 

99

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ରାଜସ୍ଥାନ ବୋଲରଙ୍କ ଦମଦାର ବୋଲିଂ ଦେଖିବାକୁ ମିଳିଛି । ଫଳରେ ଏହି ମ୍ୟାଚରେ ଚେନ୍ନାଇ ମାତ୍ର ୧୨୫ ରନ କରିବାରେ ସକ୍ଷମ ହୋଇଛି ।  ଏହାସହ ରାଜସ୍ଥାନ ଆଗରେ ଏବେ ୧୨୬ରନର ବିଜୟ ଲକ୍ଷ୍ୟ ରହିିଛି । ରାଜସ୍ଥାନକୁ ଏହି ମ୍ୟାଚ ଜିତିବାକୁ ହେଲେ ଭଲ ଇଂନିସ ଖେଳିବାକୁ ହେବ ।

ଏହି ମ୍ୟାଚରେ ଚେନ୍ନାଇ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ଦଳ ଭଲ ଆରମ୍ଭ କରିପାରିନଥିଲା । ଦଳ ପକ୍ଷରୁ ଜାଡେଜା ସର୍ବାଧିକ ୩୫ ରନ କରିଥିବା ବେଳ ଧୋନୀ ୨୮ ଓ ସାମ କୁରାନ ୨୨ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୫ ୱିକେଟ ହରାଇ ୧୨୫ ରନ କରିବାରେ ସକ୍ଷମ ହୋଇଛି ।

ଏବେ ୧୨୬ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇବ ରାଜସ୍ଥାନ । ରାଜସ୍ଥାନରେ ଷ୍ଟିଭେନ ସ୍ମିଥ, ସଞ୍ଜୁ ସାମସନ, ବେନ ଷ୍ଟୋକ୍ସ, ଜୋଫ୍ରା ଆର୍ଚରଙ୍କ ଭଳି ଖେଳାଳି ରହିଛନ୍ତି ।