କନକ ବ୍ୟୁରୋ : ଆଜିର ଆଇପିଏଲ ପ୍ରଥମ ମ୍ୟାଚରେ ଦିପକ ହୁଡ୍ଡାଙ୍କ ଦମଦାର ବ୍ୟାଟିଂ ଦେଖିବାକୁ ମିଳିଛି । ଫଳରେ ପଞ୍ଜାବ ଏହି ମ୍ୟାଚରେ ୧୫୩ ରନ କରିବାରେ ସକ୍ଷମ ହୋଇଛି । ଏହାସହ ଏବେ ଚେନ୍ନାଇ ଆଗରେ ୧୫୪ ରନର ବିଜୟ ଲକ୍ଷ୍ୟ ରହିଛି । ଚେନ୍ନାଇକୁ ଏହି ମ୍ୟାଚ ଜିତିବାକୁ ହେଲେ ପଞ୍ଜାବ ବୋଲରଙ୍କୁ ସାମ୍ନା କରିବାକୁ ହେବ ।
ଏହି ମ୍ୟାଚରେ ଚେନ୍ନାଇ ଟସ୍୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ପଞ୍ଜାବ ବ୍ୟାଟିଂ ପାଇଁ ଆସିଥିଲା । ପଞ୍ଜାବ ପକ୍ଷରୁ କେହିବି ବ୍ୟାଟ୍ସମ୍ୟାନ ସଫଳ ହୋଇପାରିନଥିଲେ । ଦିପକ ହୁଡ୍ଡା ଦଳ ପକ୍ଷରୁ ୬୨, କେଏଲ ରାହୁଲ ୨୯, ମୟଙ୍କ ଅଗ୍ରୱାଲ ୨୬ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୬ ୱିକେଟ ହରାଇ ୧୫୩ ରନ କରିଥିଲା ।
ଏବେ ୧୫୪ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇବ ଚେନ୍ନାଇ । ଚେନ୍ନାଇରେ ଋତୁରାଜ ଗାଏକ୍ୱାର୍ଡ, ସେନ ୱାଟସନ. ସାମ କୁରାନ ଓ ଜାଡେଜାଙ୍କ ଭଳି ଖେଳାଳି ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/ElvC4myVgAArfcA.jpg)