ଚେନ୍ନାଇଠୁ ଅଲଗା ହେଲେ ‘ମିଷ୍ଟର ଆଇପିଏଲ’: ଚର୍ଚ୍ଚା, କେଉଁ ଦଳରୁ ଖେଳିବେ?

240

କନକ ବ୍ୟୁରୋ: ଆଇପିଏଲ ଆରମ୍ଭରୁ ଚେନ୍ନାଇ ପାଇଁ ରହି ଆସିଥିବା ସୁରେଶ ରାଇନାଙ୍କୁ ରିଟେନ କରିନାହିଁ ଦଳ । ରିଟେନ ଖେଳାଳି ଲିଷ୍ଟରେ ରାଇନାଙ୍କ ନାଁ ନଥିବା ସବୁ ଚେନ୍ନାଇ ଫ୍ୟାନଙ୍କୁ ଚମକାଇ ଦେଇଛି । ୨୦୦୮ରୁ ଆଇପିଏଲ ଆରମ୍ଭ ହେବା ପରଠୁ ଚେନ୍ନାଇ ସହ ରହି ଆସିଛନ୍ତି ରାଇନା । ଧୋନୀଙ୍କ ବିନା ଉପସ୍ଥିତିରେ ରାଇନା ଚେନ୍ନାଇର ଅଧିନାୟକ ଭାର ସମ୍ଭାଳିଥାନ୍ତି । ଆଉ ଏବେ ଚର୍ଚ୍ଚାର ବିଷୟ ହେଉଛି କେଉଁ ଦଳ ପକ୍ଷରୁ ଖେଳିବେ ରାଇନା ।

ରାଇନା ରିଟେନ ଲିଷ୍ଟରେ ନଥିବାରୁ ଏଥିରୁ ସ୍ପଷ୍ଟ ହୋଇଛି ଯେ ସେ ମହାନିଲାମୀରେ ସାମିଲ ହେବେ । ଆଉ ତାଙ୍କୁ କେଉଁ ଦଳ କେତେ ଟଙ୍କାରେ କିଣିବ ତାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଭରି ରହିଛି । ତେବେ ରାଇନାଙ୍କ ଭଳି ଜଣେ ଅଭିଜ୍ଞ ଖେଳାଳିଙ୍କୁ ନିଜ ନିଜ ଦଳରେ ସାମିଲ କରିବାକୁ ନିହାତି ଭାବେ ଫ୍ରାଞ୍ଚାଇଜମାନଙ୍କ ମଧ୍ୟରେ ପ୍ରତି ଯୋଗୀତା ଲାଗିବ ।

ରାଇନା ଚେନ୍ନାଇ ପାଇଁ ୧୭୬ଟି ମ୍ୟାଚ ଖେଳିଛନ୍ତି । ଯେଉଁଥିରେ ସେ ୪୬୮୭ ରନ କରିଛନ୍ତି । ରାଇନା ଆଇପିଏଲର ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନ । ଚେନ୍ନାଇ ପାଇଁ ଲଗାତାର ଭଲ ପ୍ରଦର୍ଶନ କରିଆସୁଥିବାରୁ ତାଙ୍କୁ ମିଷ୍ଟର ଆଇପିଏଲ ବୋଲି କୁହାଯାଏ । ଯେଉଁ ୨ ବର୍ଷ ଚେନ୍ନାଇ ବ୍ୟାନ ହୋଇଥିଲା ରାଇନା ଗୁଜୁରାଟ ଲାଅନ୍ସର ଅଧିନାୟକ ରହିଥିଲେ ।